ସାବଧାନ ଅନୁଗୁଳରେ ବୁଲୁଛି “Miss 420”

280 0

ଅନୁଗୁଳ:(ମହେଶ ଭୋମରାଜ)ତାଳଚେର ପୋଲିସ ହାତରେ ଲାଗିଛି ମିସ ଚାରସୋ ବିସ ।  ନିଜକୁ କେତେ ବେଳେ ଅନୁଗୁଳର ବଡ଼ ହୋଲ ସେଲର ତ ଆଉ କେତେ ବେଳେ ଡ୍ରେସ୍ ଡିଜାଇନର ତ ଆଉ କେତେ ବେଳେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲୋକଙ୍କୁ ଠକୁଥିବା କୁଖ୍ୟାତ ଠକ ଙ୍କୁ ଗିରଫ କରିଛି ତାଳଚେର ପୋଲିସ । ତାଳଚେର ଥାନାରେ ଅଭିଯୋଗ ପରେ ମହିଳାଙ୍କୁ ଗିରଫ କରି ତାଙ୍କ ଠକେଇ ତାଲିକାର ହିସାବ ବାହାର କରିବାକୁ ତଦନ୍ତ ଚଳାଇଛି ତଦନ୍ତକାରୀ ଟିମ ।
ଦେଖିବାକୁ କୌଣସି ପରି ଠୁ କମ ନୁହଁ । ଅପରାଧୀ ଭଳି କୌଣସି ଆଚରଣ ବି ନାହିଁ  । ଲାଗୁଛି ଯେମିତି କିଏ ତାଙ୍କୁ ଠକି ନେଇଛନ୍ତି ।  ହେଲେ ଏହି ସୁନ୍ଦରୀଙ୍କ ଚେହେରା ପଛରେ ଲୁଚିରହିଛି ଏକ କୁଖ୍ୟାତ ଠକ ଦିମାଗ । ହେଲେ ତାଙ୍କ କାରନାମା ବିଷୟରେ ଜାଣିଲେ ଆପଣଙ୍କ ଅକଲ ବି ଗୁଡୁମ  ହୋଇଯିବ । ଯୁବତୀ ଜଣକ ହେଉଛନ୍ତି ପେଶାରେ ଏକ  ଶିକ୍ଷାନୁଷ୍ଠାନର କର୍ମଚାରୀ । ହେଲେ ସଉକ ହେଉଛି ଲୋକଙ୍କୁ ଠକିବା । ଆଉ ଠକେଇ ବି କିଛି ଏଭଳି ସେଭଳି ନୁହଁ  । ଥରେ ନଜର ପକାନ୍ତୁ  “ସୁନ୍ଦରୀ ୪୨୦”ପୁରା ଖବର ଉପରେ।

ତାଳଚେରର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଜ ରୂପ ଜାଲରେ ଛନ୍ଦି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଆଉ ଡାକ୍ତରଙ୍କ ଥାନାରେ ଅଭିଯୋଗ ପରେ ସୁନ୍ଦରୀ ଯୁବତୀ ଜଣଙ୍କୁ ଏବେ ଜେଲ ଯିବାକୁ ପଡିଛି । ସୂଚନା ଅନୁସାରେ ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ଘର । ଗତ କିଛିଦିନ ତଳେ କୋଳିୟରି ଥାନା ଅନ୍ତର୍ଗତ ମଝିକା ଗାଁର ଜଣେ ୨୮ ବର୍ଷୀୟ ସୁନ୍ଦରୀ ତରୁଣୀ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଡାକ୍ତରଙ୍କ ସହ ବ୍ୟବସାୟୀକ ସମ୍ପର୍କ ଯୋଡିଥିଲା । ନିଜର ସୁନ୍ଦରତା ଓ ବାକଶକ୍ତି ବଳରେ ଯୁବତୀ ଜଣଙ୍କ ଡାକ୍ତରଙ୍କ ବିଶ୍ଵାସଭାଜନ ହେବା ସହ ଚତୁରତାର ସହ ଡାକ୍ତରଙ୍କ ଏଟିଏମ କାର୍ଡ ଓ ପିନ ନମ୍ବର ନେଇ ଆସିଥିଲେ  ଏବଂ ପରେ ଡାକ୍ତରଙ୍କ  ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ରୁ ଅଧିକ ଟଙ୍କା ଉଠାଇ ନେଇଥିଲେ .ଡାକ୍ତର ବାବୁ ଏଇ ବିଷୟ ରେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ .

Related Post

ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ:-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Posted by - November 28, 2019 0
ଭୁବନେଶ୍ୱର ୨୮।୧୧ – ବଢିଲା ସମୟ ସୀମା । ରାଜ୍ୟରେ ଟ୍ରାଫିକ୍‌ କଟକଣା ନିୟମ୍‌ ଆଉ ୩ ମାସ କୋହଳ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ…

ପ୍ରେସକ୍ଲବ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - May 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଯାଜପୁର ପ୍ରେସକ୍ଲବ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରେସ ବ୍ଳକ…

ବାରୁଣୀ ସ୍ନାନ ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ପାଇଁ ସାମାଜିକ ସଂଗଠନର ମାଗଣା ଦହି ସର୍ବତ ବିତରଣ

Posted by - March 30, 2022 0
ବାଲେଶ୍ଵର:ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ସାରଙ୍ଗ ଶ୍ରୀକ୍ଷେତ୍ର ବେଳାଭୂମି ରେ ଆଜି ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଉଛି l ଏହି ସ୍ନାନ ଯାତ୍ରାରେ…

ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪,ସକାଳେ ରାଜ୍ୟରେ ୭,ଅପରାହ୍ନରେ ୬ ଚିହ୍ନଟ

Posted by - April 20, 2020 0
ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ…