ଅନୁଗୁଳ ରେ ପ୍ରମୁଖ ଶିଳ୍ପ ସଂସ୍ଥା ବଢ଼ାଇଲା ଚିନ୍ତା 

267 0

ଅନୁଗୋଳ::(ମହେଶ ଭୋମରାଜ)ଗୁୁରୁବାର ଅନୁଗୋଳ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ ଅଂଚଳରୁ ୫ଜଣ , କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦ , ୩୩ , ୩୭ ଓ ୬୩ ବର୍ଷ ଓ ମହିଳାଙ୍କ ବୟସ ୨୫ବର୍ଷ।ଏମାନଂକ ମଧ୍ୟରୁ ୩୭ବର୍ଷୀୟ ପୁରୁଷ ଏବଂ ୨୫ବର୍ଷୀୟା ମହିଳା ପଶ୍ଚିମବଙ୍ଗରୁ ଫେରି ହୋମ କ୍ଵରାଣ୍ଟାଇ ଥିଲେ । ୩୦,୩୩ ଓ୬୩ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳର  ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ ବର୍ଷ ଅଟେ ।

ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମ କ୍ଵରାଣ୍ଟାଇରେ ଥିବା ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ପୁରୁଷ କେଉଁଝରରୁ ଫେରିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟର କୋଭିଡ ହସପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ Isolation ରେ ରହିଛନ୍ତି । ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୬ଜଣ ସୁସ୍ତ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୨୬୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୭ ରେ ପହଂଚିଲାଣି ।

Related Post

ଆରମ୍ଭ ହେଲା ବୁଷ୍ଟର ଡୋଜ

Posted by - January 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ର ବୁଷ୍ଟର ଡୋଜ। ଜିଲାର ସ୍ୱାସ୍ଥ୍ୟ କର୍ମୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଆଜି…

ଅନୁଗୁଳରେ ପହଞ୍ଚିଲା ୧୬୫୦ ପ୍ରବାସୀ ଓଡିଆ ଙ୍କ ପ୍ରଥମ ଟ୍ରେନ

Posted by - May 25, 2020 0
ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ…

ବରୀ ରୁ ଦୁଇ କରୋନା ପଜେଟିଭି ଚିହ୍ନଟ ପରେ ସରପଞ୍ଚ କଲେ ୨୪ ଘଣ୍ଟିଆ ଲକ ଡାଉନ

Posted by - May 12, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ରେ ମଙ୍ଗଳବାର ୨ ଜଣ କରୋନା ସଂକ୍ରମଣ ଥିବା ଜଣାପଡିଛି ।ଏହା ପରେ ଏହି ଅଞ୍ଚଳ କୁ୨୪…