କୋଭିଡ୍ ଯୋଦ୍ଧାଙ୍କ ସମ୍ମାନ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ଓଏମସି ସେରେଣ୍ଡା କର୍ମଚାରୀ

792 0

ବଡ଼ବିଲ: (ସୀତାରାମ ଦୀକ୍ଷିତ) କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ଓଡ଼ିଶା। ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ରାଜ୍ୟବାସୀ ଯିଏ ଯେଉଁଠାରେ ଥିଲେ ସେଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନିରବ ପ୍ରାର୍ଥ‌ନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆ‌ରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ସେରେଣ୍ଡା ପଞ୍ଚାୟତ ର ଏସ. ବି.ବିକେ.ମାଇନ୍ସ ଓମସି ସେରେଣ୍ଡା ର ଖଣି ଉପ ପ୍ରବନ୍ଦଙ୍କ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାତ୍ର ଅଧ୍ୟକ୍ଷତାରେ ଶପଥ ଗ୍ରହଣ କରିଥିଲେ ସବୁ କର୍ମଚାରୀ ଉପସ୍ଥିତ ରହି ପୂରା ରାଜ୍ୟକୁ କ‌ୋଭିଡ୍ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି।

ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଓ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଥିଲା। ଶପଥରେ କୁହାଯାଇଥିଲା ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି। କ‌ୋଭିଡ୍ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ। ଏ ଲଢ଼େଇରେ ମୁଁ ବି ସାମିଲ୍। କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ। ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି। କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ୍ କରିବି। ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବ ଜାତି ବି ଜିତିବ।’ବନ୍ଦେ ଉତ୍କଳ ଜନନୀ’କହି ଶପଥ ପାଠ ଭଙ୍ଗ କରାଯାଇଛି।

Related Post

ଭିଆରଓ ଦକ୍ଷିଣ ଓଡ଼ିଶା ସଂଗଠନ ତରଫରୁ କରେନା ଟୀକା ନେବା ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

Posted by - November 26, 2021 0
ମୁନିଗୁଡ଼ା: 🙁 ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଝିଗିଡି ଗ୍ରାମ ପରିସରରେ ଭିଆରଓ ଦକ୍ଷିଣ ଓଡ଼ିଶା ସଂଗଠନ ପକ୍ଷରୁ କରୋନା ଟୀକା ନେବା ନିମନ୍ତେ…

କରୋନା ସ୍ଥିତି ଗମ୍ଭୀର: ଛଅଟି ପଞ୍ଚାୟତକୁ ସଟଡାଉନ.

Posted by - July 14, 2020 314
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ ଶନିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳର…

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 255
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Posted by - May 17, 2020 349
ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି…