ନୀଳଗିରି ର ପ୍ରମୂଖ ସମସ୍ୟା:ନୀଳଗିରି କୁ ଦ୍ଵିତୀୟ ୩୩ କେ. ବି. ଲାଇନ୍ ସଂଯୋଗ ଏବଂ ନୀଳଗିରି ଷ୍ଟେସନ ସାହି ରୁ ବାଲେଶ୍ଵର କୁ ଦ୍ଵିତୀୟ ରାସ୍ତା ନିର୍ମାଣ

326 0

ନୀଳଗିରି:(ସୌମ୍ୟାସାଇ ବାରିକ୍)ବାଲେଶ୍ଵର, ନୀଳଗିରି ଉପଖଣ୍ଡ ରେ, ଦୀର୍ଘ ଦିନ ର ଦୁଇ ପ୍ରମୁଖ ସମସ୍ୟା ନୀଳଗିରି ବାସୀ ଙ୍କୁ ବିଚଳିତ କରିଛି। ଏଥିପାଇଁ ଏପର୍ଯ୍ୟନ୍ତ ବହୁ ଚେଷ୍ଟା, ପ୍ରଚେଷ୍ଟା, ବାଦ ବିସମ୍ବାଦ ପରେ ବିଧାୟକ ସୁକାନ୍ତ କୁମାର ନାୟକ ଓ ତତ୍କାଳୀନ ଉପଜିଲାପାଳ ଆବୋଲି ଏସ୍. ନର ୱାନେ (ଆଇ. ଏ. ଏସ୍.) ଙ୍କ ମିଳିତ ପ୍ରଚେଷ୍ଟା ଯୋଗୁଁ ନୀଳଗିରି କୁ ସୋମନାଥପୁର ଫିଡର ରୁ, ଦ୍ଵିତୀୟ ୩୩ କେ. ଭି . ଲାଇନ୍ ଆସିବାର ଚେଷ୍ଠା ବାସ୍ତବ ରୂପ ନେଇଥିଲା।କାର୍ଯ୍ୟ ଆରମ୍ଭ ହୋଇଥିଲା । ଦ୍ୱିତୀୟ ସମସ୍ୟା ଟି ନୀଳଗିରି ଏନ୍. ଏ. ସି. କାହାଳିଆ ଷ୍ଟେସନ ସାହି ଠାରୁ ରେଳ ଧାରଣା କଡେ କଡେ ଏନ୍. ଏଚ୍. ୧୬ ପାର୍ ହୋଇ ବାଲେଶ୍ବର ସହର କୁ ଦ୍ଵିତୀୟ ରାସ୍ତା ନିର୍ମାଣ। ଏହି ଲାଇନ୍ ଓ ରାସ୍ତା ଦ୍ଵାରା ନୀଳଗିରି ବାସୀ ପ୍ରଭୃତ ଭାବେ ଉପକୃତ ହୋଇ ପାରିଥାନ୍ତେ। କିନ୍ତୁ ସୋମନାଥପୁର ରୁ ୩୩ କେ. ଭି . ଲାଇନ୍ କାର୍ଯ୍ୟ ଆରମ୍ଭ ହୋଇ ବଡୁଆଁ ଗ୍ରାମ ଠାରେ ଗ୍ରାମ ବାସୀ ଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଅଟକି ଥିବା ବେଳେ, ରେଳ ଲାଇନ କଡ଼ ଦେଇ ରାସ୍ତା ନିର୍ମାଣ କାର୍ଯ୍ଯ କୁ ରେଳ ବିଭାଗ ତରଫରୁ ଅଟକା ଯାଇ ଥିବା କଥା କୁହାଯାଉଛି।

ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ, ବର୍ଷ ଯାକ ଏଠାରେ ବିଦ୍ୟୁତ୍ ସମସ୍ୟା ଲାଗି ରହି ଥାଏ। ଅନ୍ୟପଟେ ବାଲେଶ୍ବର କୁ ପ୍ରଥମ ରାସ୍ତା ର ଦୂରତା ୧୮ କିମି ହୋଇ ଥିବା ବେଳେ ଦ୍ଵିତୀୟ ରାସ୍ତା ର ନିର୍ମାଣ କାର୍ଯ୍ୟ ଶେଷ ହେଲେ, ବାଲେଶ୍ବର ପହଂଚି ବାକୁ ନୀଳଗିରି ବାସୀ ଙ୍କୁ ମାତ୍ର ୧୪ କିମି ରାସ୍ତା ଅତିକ୍ରମ କରିବାକୁ ପଡିବ। ତେଣୁ ଏହି ଦୁଇ ଟି ସମସ୍ୟା ସମାଧାନ କରିବାକୁ ଏବେ ଜିଲ୍ଲା ପ୍ରଶାସନ ର ଆନ୍ତରିକତା ବହୁତ୍ କମ୍ ଥିବା ଭଳି ମନେ ହୁଏ। ଯେପରି କି ବଡୁଆଁ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବାକୁ ଜିଲ୍ଲାପାଳ ନୀଳଗିରି ଉପ ଜିଲ୍ଲାପାଳଙ୍କ ଙ୍କ ଅଫିସରେ ଏକ ବୈଠକ ଆହ୍ଵାନ କରିଥିଲେ। ଏହି ବୈଠକ ରେ ସମସ୍ୟା ସମାଧାନ ପାଇଁ ପାଞ୍ଚ ଜଣ ନେତୃ ସ୍ଥାନୀୟ ବ୍ୟକ୍ତି, ବୁଦ୍ଧିଜିବୀ, ସାମ୍ବାଦିକ ଙ୍କୁ ନିମନ୍ତ୍ରଣ କରା ଯାଇଥିଲେ ମଧ୍ୟ, ବୈଠକ ପୂର୍ବରୁ ତିନି ଜଣ ଙ୍କୁ ବୈଠକ ରେ ବସିବାକୁ ଅନୁମତି ଦେବା, ବୈଠକ ରେ ଉପରୋକ୍ତ ୫ ଜଣ ନିମନ୍ତ୍ରିତ ବ୍ୟକ୍ତି ଯୋଗ ନଦେବା, ଘଟଣା କୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କୁହା ଯାଇ ପାରିବ।

ଏଠାରେ ସୂଚନା ଯୋଗ୍ୟ – ଷ୍ଟେସନ ସାହି ରୁ ସୋମନାଥପୁର ପର୍ଯ୍ୟନ୍ତ ସମୁଦାୟ ରାସ୍ତା ମଧ୍ୟରୁ ପାଞ୍ଚ କିମି ରାସ୍ତା ଓଡିଶା ସରକାର ଙ୍କ ୱାର୍କସ ଡିପାର୍ଟମେଣ୍ଟ ନୋଟିଫିକେସନ ନମ୍ଵର୍ ୪୯୦, ତାରିଖ ୦୮/୦୧/୨୦୧୫ ରେ ନୀଳଗିରି ପୂର୍ତ୍ତ ବିଭାଗ କୁ ଷ୍ଟେସନ ସାହି ରୁ ମହାନ୍ତିଆ ବନ୍ଧ ପର୍ଯ୍ୟନ୍ତ ପାଞ୍ଚ କିମି ରାସ୍ତା ହସ୍ତାନ୍ତର ହୋଇଥିଲା ବେଳେ, ତନ୍ମଧ୍ୟରୁ ୨୩ ଶହ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏ ବାବଦରେ ଅନୁଦାନ ଆସିଲେ ପରବର୍ତ୍ତୀ ରାସ୍ତା ନିର୍ମାଣ ହେବ ବୋଲି ନୀଳଗିରି ପୂର୍ତ୍ତ ବିଭାଗ ଏସ୍. ଡି. ଓ. ଇଂ. ପ୍ରଫୁଲ୍ଲ କୁମାର ଦାସ କହିଛନ୍ତିc। ଗ୍ରାମ ବାସୀ କହନ୍ତି – ବଡୁଆଁ ଗାଁ ଗ୍ରାମବାସୀ କହନ୍ତି, ଏହି ଗ୍ରାମ କଡ ଦେଇ ଯାଉଥିବା ୩୩ କେ. ଭି . ଲାଇନ କୁ କେବୁଲ ମାଧ୍ୟମରେ ନିଆ ଗଲେ ତାଙ୍କର କୌଣସି ଆପତ୍ତି ରହିବନାହିଁ।

ଅନ୍ୟ ପକ୍ଷରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନେସ୍କୋ ଉଚ୍ଚ ପଦାଧିକାରୀ ଙ୍କ ସହିତ କଥା ବାର୍ତ୍ତା ହେବା ସହିତ ବାଲେଶ୍ଵର ଜିଲ୍ଲା ପାଲ ଙ୍କ ସହିତ ମଧ୍ୟ କଥା ହୋଇଛନ୍ତି ବୋଲି, ବିଧାୟକ କହିଛନ୍ତି। ରେଳ ଲାଇନ କଡ଼ ରାସ୍ତା ଟି ବାଲେଶ୍ଵର ସହର ସହିତ ସଂଯୋଗୀ କରଣ ହେଲେ ନୀଳଗିରି ରୁ ବାଲେଶ୍ଵର ଯିବା ପାଇଁ ଦୁଇଟି ରାସ୍ତା ହୋଇପାରିବ। ଯାହା ଏକ ସମକୋଣୀ ତ୍ରିଭୁଜ ସଦୃଶ ହେବ। ଅନ୍ୟପକ୍ଷରେ ଦ୍ଵିତୀୟ ୩୩ କେ. ଭି . ଲାଇନ୍ ନୀଳଗିରି ସହିତ ସଂଯୋଗ ହେଲେ ନୀଳଗିରି ରୁ ବିଦ୍ୟୁତ୍ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକଟ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି ବୋଲି ବିଧାୟକ୍ ଶ୍ରୀ ନାୟକ କହିଛନ୍ତି।

 

 

 

 

Related Post

ପାଟକୁରା ନିର୍ବାଚନ :ବିଜେଡିର ବାଜିମାତ,ବିଜୟ ମହାପାତ୍ର ଏବେ କରିବେ କଣ?

Posted by - July 25, 2019 0
ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ…

ଖବରକାଗଜ ହକର୍ ମାନଙ୍କପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା

Posted by - December 24, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖବରକାଗଜ ହକର ମାନଙ୍କ ପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା ବ୍ୟବସ୍ଥା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା…

ବାଷ୍ପ ନିଶ୍ୱାସ ଚିକିତ୍ସା SARS-CoV-2 ବା କୋଭିଡ ୧୯ ଜୀବାଣୁ ନିଷ୍କ୍ରିୟ କରିବାକୁ ସାମର୍ଥ୍ୟ

Posted by - April 22, 2021 0
(ଡ: ଅନନ୍ୟା ମଣ୍ଡଳ) ସାରା ବିଶ୍ଵ ରେ ୬୧.୪୯ ମିଲିୟନରୁ ଅଧିକ ଲୋକ ଭୟଙ୍କର ତୀବ୍ର ଶ୍ବାସକ୍ରିୟା ସିଣ୍ଡ୍ରୋମ କରୋନାଭାଇରସ୍ 2 (SARS-CoV-2) ଦ୍ଵାରା ସଂକ୍ରମିତ ହୋଇଛନ୍ତି…

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୪ ବର୍ଷ।

Posted by - January 2, 2020 381
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୪ ବର୍ଷ। ଏହି ଅବସରରେ ଆଜି ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗର ରେ…

ବିମାନବନ୍ଦରରେ ଅଘଟଣ, ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

Posted by - January 25, 2020 0
ଭୁବନେଶ୍ବର ୨୫।୧:ଭୁଶୁଡ଼ିଲା ଛାତ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ…

Leave a comment

Your email address will not be published.