ସାପ୍ତାହିକ ସଟଡାଉନକୁ ପ୍ରଥମ ଦୁଇଦିନ କୋହଳ ନ ହେବାକୁ ବିରୋଧ କଲେ ପୂର୍ବତନ ବିଧାୟକ,ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ ଙ୍କୁ

1137 7

ନୀଳଗିରି:(ସୌମ୍ୟାସାଇ ବାରିକ)ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଅନଲକ ୩ ବା ଅଗଷ୍ଟ ମାସର କରୋନା କଟକଣାର ନୁଆ ନିୟମ ଜାରୀ ହୋଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ବାଲେଶ୍ୱର ଜିଲ୍ଲାର ସାପ୍ତାହିକ ସଟଡାଉନ କୁ ବଳବତ୍ତର ରଖାଯାଇଛି। ଅନ୍ୟ କେତେକ ଜିଲ୍ଲାରେ ରାଖୀ ପୁର୍ଣିମା ପାଇଁ ମାସ ର ପ୍ରଥମ ଦୁଇଦିନକୁ ଟିକେ କୋହଳ କରାଯାଇଛି। ନୀଳଗିରି ରେ ବି ଏହାର ପ୍ରଭାବ ବେଶ ପଡିଛି ବୋଲି କୁହାଯାଇ ପାରିବ। ଅତ୍ୟାବଶ୍ୟକ ଦୋକାନ କୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ତେବେ ରାଜ୍ୟସରକାର କରିଥିବା ନିୟମ ପରେ, ଜିଲ୍ଲାରେ ପ୍ରଶାସନ ଏଭଳି କଠୋର ହେବା ଯୋଗୁ ଆମ ସଂସ୍କୃତି ରାଖୀ ପୂର୍ଣ୍ଣିମା ଫିକା ପଡିବ ବୋଲି କହିଛନ୍ତି, ନୀଳଗିରି ର ପୂର୍ବତନ ବିଧାୟକ ।

       ଚିତ୍ତରଞ୍ଜନ ଷଡଙ୍ଗୀ,ପୂର୍ବତନ ବିଧାୟକ

ଏଥି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ନୀଳଗିରି ର ବରିଷ୍ଠ ଓକିଲ ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ।ଏତେ କଠୋର ନ ହୋଇ, ଅଳ୍ପସମୟ ପାଇଁ ହେଲେବି ଦୋକାନ ବଜାର ଖୋଲିବାକୁ ଦାବି କରିଛନ୍ତି ନିଳଗିରି ପୂର୍ବତନ ବିଧାୟକ ଶ୍ରୀ ଷଡଙ୍ଗୀ। ନହେଲେ ବାଲେଶ୍ବର ବାସୀଙ୍କ ମନରେ ଦୁଃଖ ଓ କ୍ରୋଧ ଭାବ ରହିବ ବୋଲି, ଗଣମାଧ୍ୟମ କୁ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି।
ବାଇଟ-ଚିତ୍ତରଞ୍ଜନ ଷଡଙ୍ଗୀ,ପୂର୍ବତନ ବିଧାୟକ

Related Post

ଆରଡିସି କାର୍ଯ୍ୟାଳୟ ବାହାରେ ବିଜେଡି ର ଆନ୍ଦୋଳନ

Posted by - November 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅହେତୁକ ରନ୍ଧନ ଗ୍ୟାସ ଦରବୄଦ୍ଧିକୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଦୄଢ ପ୍ରତିବାଦ କରିଛି ବିଜେଡି । ସମ୍ବଲପୁର ଯୁବ ଛାତ୍ର ଓ ମହିଳା ବିଜେଡି…

ପୁରୀରେ ପାକିସ୍ତାନୀ ଭକ୍ତ,ଶ୍ରୀମନ୍ଦିର ଦର୍ଶନ କଲେ

Posted by - January 5, 2020 0
ପୁରୀ ୦୪।୦୧ – ଭାରତ ଓ ପାକିସ୍ଥାନ ମଧ୍ୟରେ ରହିଛି ତିକ୍ତତା। ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଚାଲିଛି ଛକାପଞ୍ଝା। ଏହି ସମୟରେ ପାକିସ୍ତାନରୁ ଆସିଥିବା…

ବନ୍ୟା ଆଶଙ୍କା : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

Posted by - August 26, 2020 0
ଯାଜପୁର ଅଫିସ :ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଳ୍‌ାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ…

ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାଥି ଙ୍କ ଶିକ୍ଷା ଗତ ଯୋଗ୍ୟତା କୁ ନେଇ ଉଠିଲା ବିରୋଧ ର ସ୍ୱର

Posted by - January 22, 2022 0
କେସିଙ୍ଗା:(ପ୍ରିତେଶ ପଟେଲ)କେସିଙ୍ଗା ବ୍ଲକ ,କୁଣ୍ଡା ବନ୍ଧ ପଞ୍ଚାୟତ ରେ ୫ ଜଣ ସରପଞ୍ଚ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।ଆଜି ଥିଲା ନାମାଙ୍କନ ପତ୍ର ଯାଞ୍ଚ…

ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା

Posted by - August 29, 2020 0
ଯାଜପୁର ଅଫିସ:୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି…

There are 7 comments

Leave a comment

Your email address will not be published.