ଅନଲକ ୩ ରେ ରାଜ୍ୟ ସରକାର ଜାରି କଲେ ଗାଇଡ ଲାଇନ,ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା

623 7

ଭୁବନେଶ୍ବର :ଆଜି ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲାକ  ୩ ରେ ରାତ୍ରି କାଳୀନ କରଫୁ କୁ ଉଠାଇଦେଇଥିବା ବେଳେ ରାଜ୍ୟ ସରକାର ତାକୁ ବଳ ବତ୍ତର ରଖିଛନ୍ତି । ସାଧାରଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଗଞ୍ଜାମ, ଖୋର୍ଧା, କଟକ ଓ ରାଉରକେଲା ମ୍ୟୁନିସିପାଲରେ ଅଗଷ୍ଟର ଶନିବାର ଓ ରବିବାର ସଟଡାଉନ୍ ରହିବ । ଏହି ସବୁ ଜିଲ୍ଲା ଗୁଡିକ ୧୪ ଦିନ ଲକ ଡାଉନ ଥିବାରୁ ଆସନ୍ତା କାଲୀ ଶନିବାର ଏବଂ ରବିବାର କେବଳ ୧ ଓ ୨ ତାରିଖରେ ଦିନ ୧ଟାରୁ ସଟଡାଉନ୍ ରହିବ ।ଅନ୍ୟ ଦିନ ମାନଙ୍କ ରେ ସକାଳ ୫ ଟାରୁ ରାତ୍ରି ୯ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ହୋଇ ପାରିବ । ରାତ୍ରି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ସଟ ଡାଉନ ବଳ ବତ୍ତର ରହିବ।

ଏହି ଦୁଇଦିନ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଅଫିସ୍ ଚାଲିବ । ସଟଡାଉନରେ ଜରୁରୀକାଳିନ ସେବା ଜାରି ରହିବ । ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଯାତାୟାତ କରିପାରିବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ସଟଡାଉନ୍ ସମୟରେ ଟେଲିକମ୍, ବିଜୁଳି ସେବା, ସରକାରୀ ଅଧିକାରୀ ଆଦି ନାଇଟ୍ କର୍ଫ୍ୟୁ ସମୟରେ ଯାଇପାରିବେ । ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ । ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ । ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ତେବେ ବୋର୍ଡିଂ ପାସ୍‌କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ ।

ପରିବହନ ସେବା ଜାରି ରହିବ ।  ବସ୍ ଟର୍ମିନାଲ, ଷ୍ଟେସନ, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ । ସଟଡାଉନ୍ ବେଳେ ଖାଦ୍ୟ ଓ ରାସନ ସାମଗ୍ରୀର ହୋମ୍ ଡେଲିଭରୀ ହେବ ।ଏଥର ଯାଜପୁର ଜିଲ୍ଲା କୁ ଶନିବାର ରବିବାର ସତ ଡାଉନ ରୁ ବାଦ ଦିଅ ଯାଇଛି।ରାଜ୍ୟରେ କିପରି ରହିବ ଅନଲକ୍‍-୩। କି ପ୍ରକାର କଟକଣା ଲାଗୁହେବ ସେ ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହା କହିଛନ୍ତି। ମାତ୍ର ୧୦% ଲୋକ କଟକଣା ମାନୁ ନାହାନ୍ତି।ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ବିବାହ ପାଇଁ ଥିବା କଟକଣା ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।

ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ । ୧୦ ଜଣଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ । ସମସ୍ତ ଅଫିସ୍, ଦୋକାନ ବଜାର ଖୋଲିବ । ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଜରୁରୀ । ନଚେତ ୧୦ ହଜାର ଟଙ୍କା ଫାଇନ୍ ଓ ଦୋକାନକୁ ଗୋଟିଏ ମାସ ଯାଏଁ ସିଲ୍ ହେବ ।

 

Related Post

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

Posted by - November 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କେନ୍ଦ୍ରସରକାରଙ୍କ ଜନମାରଣ ନିତି ଓ ଶ୍ରମିକ କୃଷକ ବିରୋଧୀ ନିତି ପ୍ରତିବାଦରେ ଆଜି ସାରା ଦେଶରେ ୨୪ ଘଂଟିଆ ବନ୍ଦ ପାଳନ ପାଇଁ…

ତୃତୀୟ ଶ୍ରୀକ୍ଷେତ୍ର : ହେରା ପଞ୍ଚମୀ ରେ ମହାଲକ୍ଷ୍ମୀ ଭାଙ୍ଗିଲେ ଶ୍ରୀ ଜଗନ୍ନାଥ ଙ୍କ ରଥ

Posted by - June 28, 2020 408
ନୀଳଗିରି:( ସୌମ୍ୟାସାଇ ବାରିକ୍)ଜଗତର ନାଥ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ହଳଦୀ ମୁଖୀ ସୁଭଦ୍ରା ଙ୍କ ସହିତ ମାଉସୀ ଘରକୁ ବୁଲି ଆସିଛନ୍ତି। ଜନ୍ମବେଦୀରେ ଅବସ୍ଥାନ…

ନାଏବ ସରପଞ୍ଚ ନିର୍ବାଚନ କୁ କେନ୍ଦ୍ର କରି ୱାର୍ଡ ସଭ୍ୟ ଙ୍କୁ ଅପହରଣ ଅଭିଯୋଗ

Posted by - March 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନାଏବ ସରପଞ୍ଚ ନିର୍ବାଚନ କୁ କେନ୍ଦ୍ର କରି ୱାର୍ଡ ସଭ୍ୟ ଙ୍କୁ ଅପହରଣ ଅଭିଯୋଗ। ଯାଜପୁର ବ୍ଲକ ପଣସା ପଂଚାୟତ ର…

ଖଣ୍ଡୁଆଳ ମାଳି ସୁରକ୍ଷା ସମାବେଶ, ଖଣି ଲିଜ ବାତିଲ ଦାବି କଲା ଖଣ୍ଡୁଆଳ ମାଳି ସୁରକ୍ଷା ସମିତି

Posted by - June 6, 2022 0
* ଖଣ୍ଡୁଆଳ ମାଳି ସୁରକ୍ଷା ସମାବେଶରେ ଯୋଗଦେଲେ ମେଧା ପାଟେକର। * ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ। *…

There are 7 comments

  1. By coincidence, just a week after my diagnosis, a panel convened by the National Institutes of Health made headlines when it declined to recommend universal screening for women in their 40s; evidence simply didn t show it significantly decreased breast cancer deaths in that age group tamoxifen price 72 catalyzes the conversion of desmosterol to cholesterol and is obligatory for post squalene cholesterol synthesis

Leave a comment

Your email address will not be published.