ଅବକାରୀ ବିଭାଗରେ ପଶିଲା କରୋନା ,ସିଲ ହେଲା କାର୍ଯ୍ୟାଳୟ

790 25

ଅନୁଗୁଳ :(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲାରୁ ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅବକାରୀ ଅଧୀକ୍ଷକଙ୍କ ସମେତ ୩ ଜଣ କରୋନା ଯୋଦ୍ଧା ସାମିଲ ରହିଥିବା ଜଣା ପଡ଼ିଛି । ଅନୁଗୁଳ ଜିଲ୍ଲା ଅବକାରୀ ଅଧୀକ୍ଷକ, ‌ଜଣେ ଅବକାରୀ ଇନ୍‌ସପେକ୍ଟର ଏବଂ ପୁଲିସ କନଷ୍ଟେବଳ ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି। ଅବକାରୀ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ଆକ୍ରାନ୍ତ ଚିହ୍ନଟ‌ ହେବା ପରେ ହାଇସ୍କୁଲ ପାଖ ଅବକାରୀ କାର୍ଯ୍ୟାଳୟକୁ ସିଲ୍‌ କରା ଯାଇଥିଲା

ଆଜି ସେହି କାର୍ଯ୍ୟାଳୟ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ମୁଖ୍ୟ ଅବକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି । ଅବକାରୀ ଅଧୀକ୍ଷକ ଓ ଅବକାରୀ ଇନ୍‌ସପେକ୍ଟର କେମିତି ଆକ୍ରାନ୍ତ ହେଲେ ତାହା ଜଣାପଡ଼ି ନାହିଁ। ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ସଂପୃକ୍ତ କର୍ମଚାରୀ ଚାଲାଣ କାଟିବା ସହିତ ଅନ୍ୟ ବିଭାଗୀୟ କାମରେ ଅବକାରୀ କାର୍ଯ୍ୟାଳୟକୁ ଆସିଥାନ୍ତି। ତେବେ ସେମାନେ କେମିତି ଆକ୍ରାନ୍ତ ହେଲେ କଣ୍ଟ୍ରାକ୍ଟ ଟ୍ରାସିଂ ପରେ ସ୍ପଷ୍ଟ ହେବ ।

Related Post

ସ୍କୁଲ ଫି’ ଛାଡ ସଂପର୍କିତ ମାମଲା:- ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ

Posted by - October 20, 2020 0
ଭୁବନେଶ୍ବର :କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗତ ସେପ୍ଟେମ୍ବର ୧…

୬୭ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଲଗାଡି

Posted by - October 8, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ )ନନ୍ଦନକାନନରେ ପାଳିତ ହୋଇଯାଇଛି।ଏହି ଅବସରରେ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ,ଜଟଣୀ ବିଧାୟକ ସୁରେଶ…

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 57
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

ପୋଲିସର ପେଟ୍ରୋଲିଂ ବେଳେ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ଉଦ୍ଧାର

Posted by - October 12, 2022 0
ଖପ୍ରାଖୋଲ :୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ପନ୍ଦର ଦାଦନ ଶ୍ରମିକ ମଙ୍ଗଳବାର…

କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି :- ପ୍ରଣବ ପ୍ରକାଶ ଦାସ

Posted by - May 2, 2022 0
ଭୁବନେଶ୍ବର: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା । ଏଥି…

Leave a comment

Your email address will not be published.