Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଅନୁଗୋଳରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ,ପଜିଟିଭ ସଂଖ୍ୟା ପହଞ୍ଚିଲା ୨୩୩ ରେ

413 0

ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୋଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଂକ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇ ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୩ ଜଣକ ମଧ୍ୟରେ ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୨ ବର୍ଷିୟା ମହିଳା ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ହୋଇଥିବାବେଳେ ଆଉ ଜଣେ ୫୦ ବର୍ଷ ମହିଳା ଅନ୍ୟ ଏକ ପରିବାରର ଯେଉଁମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ।

ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୨୬ ବର୍ଷିୟ ଆନ୍ଧ୍ରପ୍ରଦେଶ ଫେରନ୍ତା ପୁରୁଷ ଓ ଏହି ବ୍ଲକ୍ ଅଂଚଳର ଏକ ଗ୍ରାମରୁ ଜଣେ ୧୪ ବର୍ଷିୟା ବାଳିକା ଯିଏକି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୫ ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩ ରେ ପହଂଚିଲା । ଆକ୍ରାନ୍ତମାନଂକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହା ମଧ୍ୟରେ କୋଭିଡ ହସପିଟାଲରୁ ୪ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ଏଥି ସହିତ ପୂର୍ବରୁ ସୁସ୍ଥ ହୋଇଥିବା ୧୩୪କୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା ୧୩୮ରେ ପହଂଚିଲା ।

Related Post

ସାବିତ୍ରୀରେ ଜ୍ଵାଇଁକୁ ଆକ୍ରମଣ କରି ଶଶୁର ଗିରଫ

Posted by - June 11, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସାବିତ୍ରୀ ବ୍ରତରେ ନିଜ ଝିଅର ସିନ୍ଦୁରକୁ ଆକ୍ରମଣ କରିଛି ବାପା । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଲଗୁଣ୍ଠା ବ୍ଳକ୍ ଗ୍ରାମରେ…

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଧେଶକ

Posted by - June 3, 2020 0
ଯାଜପୁର ଅଫିସ ତା. ୩/୬ : ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ…

ପରମ୍ପରା ଓ ବିଧି ଅନୁଯାୟୀ ମହାପ୍ରଭୁ ବୁଢାରାଜାଙ୍କ ଦଶରା ପର୍ବ ଅନୁଷ୍ଠିତ

Posted by - October 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା…

ଦୀକ୍ଷିତ ମୋଟର୍ସ ପକ୍ଷରୁ ନୂତନ କାର୍ଯ୍ୟାଳୟ ର ଶୁଭ ଉଦଘାଟନ

Posted by - May 15, 2022 0
ଯାଜପୁର:ଯାଜପୁର ଟାଉନ ମେଡିକାଲ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଦୀକ୍ଷିତ ମୋଟର୍ସ ର ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ…

କଳିଙ୍ଗ ନଗର ହବରେ ପ୍ରତିଷ୍ଠା ହେବ ଆଉ ୩୫ ଟି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପାନୁଷ୍ଠାନ

Posted by - April 28, 2022 0
ଯାଜପୁର : ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ହବ ଵା ଶିଳ୍ପାଞ୍ଚଳରେ ଆଉ ୩୫ ଟି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି…

Leave a comment

Your email address will not be published.