Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଦ୍ୟୁତ ତାର ଛିଣ୍ଡି ସିଂହପୁର ରେ ୬୫ବର୍ଷର ବୃଦ୍ଧ ମୃତ

512 0

ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଲକର ଜରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଉବାଙ୍କ ଗ୍ରାମରେ L. T. Line ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଯୋଗୁ ଆଜି ପାହାନ୍ତାରେ ସିଂହ ପୁର ଗ୍ରାମର ଜଣେ ୬୫ବର୍ଷର ବୃଦ୍ଧ ଶୁକଦେବ ବେହେରା ଫୁଲ ତୋଳି ଯାଇଥିବା ସମୟରେ ତାରର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି, ଖବର ପାଇ ଘଟଣା ସ୍ଥଳକୁ ଜରି ଫାଣ୍ଡି ଅଧିକାରୀ ଅଶୋକ ସ୍ୱାଇଁ ଆସି ଘଟଣାର ଅନୁସନ୍ଧାନ କରି ଏକ ଅପମୃତ୍ୟୁ କେଶ ରୁଜୁ କରିବା ସହିତ ଶବ ବ୍ୟବଛେଦ ପାଇଁ ଯାଜପୁର ଜିଲ୍ଲା ହସ୍ପିଟାଲକୁ ନେଇଛନ୍ତି।  ଘଟଣାସ୍ଥଳକୁ କୌଣସି ବିଦ୍ୟୁତ ବିଭାଗର J. E. କିମ୍ବା S. D. O. ଆସିନଥିବାରୁ, ପରିସ୍ଥିତି ଉତେଜନାପୂର୍ଣ୍ଣ ଥିଲା

ପୁରାତନ ତାରକୁ ବଦଳାଯାଇ ନୂଆ ତାର ଟଣାଯିବା, ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ କୁ ଓ ପୁରାତନ ଲୁହା ଖୁଣ୍ଟକୁ ହଟାଇ ନୂତନ ବିଦ୍ୟୁତ ଖୁଣ୍ଟ ପକାଇବା, ସିଂହପୁର ଠାରେ ଏକ ନୂତନ 33 K.V. A. ଗ୍ରୀଡ଼ ସବଷ୍ଟେସନ ବସାଇବା ଓ ପୁରାତନ 11 K. V. A. ବିଦ୍ୟୁତ ତାରକୁ ବଦଳାଇ ନୂତନ ତାର ଟଣାଯିବା ପ୍ରଭୃତି ଦାବି ପୂରଣ ପାଇଁ ପୂର୍ଵ ବିଂଝାରପୁର ଅଂଚଳର ପ୍ରାୟ ୧୦-୧୫ ଖଣ୍ଡ ଗ୍ରାମର ବିଦ୍ୟୁତ ଉପଭୋକ୍ତା ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାବତ ବିଭାଗୀୟ ଅଧିକାରୀ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି, ଫଳରେ ଆଜକୁ କିଛି ବର୍ଷ ହେବ ଗୋରୁ ଗାଈ, ଛେଳି ମେଣ୍ଢା ଠାରୁ ଆରମ୍ଭ କରି ମଣିଷ ଭଳି ଅମୁଲ୍ୟ ଜୀବନ ଅକାଳରେ ହରାଉଛନ୍ତି, ସାମାନ୍ୟ ବର୍ଷା ପବନ ହେଲେ ଦିନ ଦିନ ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଲୋକେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ସେଥିପାଇଁ  ଜନଅସୋନ୍ତଶ କ୍ରମଶଃ ବୃଦ୍ଧି ପାଉଛି।

Related Post

୧୨ ତମ ଓ ୪ର୍ଥ ଶିଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଯୁଯୋମୁରାର ୩ ପ୍ରତିଯୋଗୀ

Posted by - May 22, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆସନ୍ତା କାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଠାରେ ଅନୁଷ୍ଠିତ ହେବାକୁ ଥିବା ୧୨ ତମ ଓ ୪ର୍ଥ ଶିଶୁ…

“ଦାଦା ବଟି କୁ ନା” କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ

Posted by - October 21, 2020 0
କଟକ::କମିଶନରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା…

ଶେଷରେ ଗ୍ରାମବାସୀ ପାଖରେ ମୁହଁ ନୂଆଇଲା ପ୍ରଶାସନ , ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି

Posted by - October 28, 2022 0
ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ) ସବୁ ଅବସାଦର ଅନ୍ତ ଘଟିଛି।ଗ୍ରାମବାସୀ ପାଖରେ ଶେଷରେ ମୁହଁ ନୁଆଇଁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବାକୁ…

ସମ୍ବଲପୁର ରେ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ

Posted by - December 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡକ୍ଟର ବିଆର ଆମ୍ବେଦକର ଙ୍କ ପରିନିର୍ବାଣ ଦିବସ ପାଲିତ ହୋଇଯାଇଛି । ଏହି ଉପଳକ୍ଷେ ସମ୍ବଲପୁର ସହରର…

Leave a comment

Your email address will not be published.