ଅନୁଗୁଳରେ କାୟା ମେଲାଉଛି କରୋନା : ସ୍ଥିତି ଗମ୍ଭୀର , ପୁଣି ୨୭.

248 0

ଅନୁଗୋଳ:(ମହେଶ ଭୋମରାଜ)ଆଜି ଅନୁଗୋଳରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୨୮ ରେ । ଆଜି ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୫ ଜଣ , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୮ ଜଣ ଓ କିଶୋରନଗର ବ୍ଲକ୍ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ୬ ଜଣ ପୁରୁଷ ଯାହାଙ୍କର ବୟସ ୨୩ , ୨୪ , ୨୫ , ୨୮ , ୨୯ ଓ ୪୧ ବର୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ଥାନରୁ ଜଣେ ଆନ୍ଧ୍ରପ୍ରଦେଶରୁ , ଜଣେ ତେଲେଙ୍ଗାନାରୁ , ଜଣେ ଚେନ୍ନାଇ ଓ ଜଣେ ଝାରଖଣ୍ଡରୁ ଫେରି ସଙ୍ଗରୋଧରେ ଥିଲେ । ତାଳଚେର ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମରୁ ୩ ଜଣ ପୁରୁଷ , ୩ ଜଣ ମହିଳା ଓ ୨ ଜଣ ବାଳକ ପଜିଟିଭ ହୋଇଥିବାର ଜଣାପଡିଛି । ଏଥି ମଧ୍ୟରୁ ଗୋଟିଏ ପରିବାରର ୫ ଜଣ , ଅନ୍ୟ ଏକ ପରିବାରର ୨ ଜଣ ଓ ଜଣେ ସେହି ଗ୍ରାମର ବାସିନ୍ଦା ଅଟନ୍ତି ।

ପ୍ରଥମ ୫ ଜଣ ପରିବାରର ସଦସ୍ୟକ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ମହିଳା ୨ ଜଣଙ୍କ ବୟସ ୬୬ ଓ ୩୫ ଓ ବାଳକ ୨ ଜଣଙ୍କ ବୟସ ୫ ଓ ୧୦ ବର୍ଷ ଅଟେ । ୨ୟ ପରିବାରର ସ୍ଵାମୀ ଓ ସ୍ତ୍ରୀ ବୟସ ୫୩ ଓ ୫୨ ବର୍ଷ ହୋଇଥିବାବେଳେ ଆଉ ଜଣେ ସେହି ଗ୍ରାମର ବାସିନ୍ଦା ଯାହାଙ୍କ ବୟସ ୪୦ ବର୍ଷ ଅଟେ । ଏମାନେ ସମସ୍ତେ ତାଙ୍କ ଗ୍ରାମକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ , କଟକରୁ ଫେରିଥିବା ଜଣେ ଆକ୍ରାନ୍ତକ ସଂସ୍ପର୍ଶରେ ଆସିଥିଲେ । ସେହିପରି ତାଳଚେର ବ୍ଲକ୍ ଅଞ୍ଚଳର ଜଣେ ୫୭ ବର୍ଷ ବୟସର ସରକାରୀ କର୍ମଚାରୀ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ପଜିଟିଭ ଚିହ୍ନଟ ହୋଇଥିବା ୫ ଜଣକ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୫ ଓ ୩୦ ବର୍ଷ , ୨ ଜଣ ମହିଳାଙ୍କ ବୟସ ୨୩ ଓ ୨୮ ବର୍ଷ ଓ ଜଣେ ଶିଶୁ କନ୍ୟାଙ୍କ ବୟସ ୨ ବର୍ଷ ଅଟେ ।

Related Post

ଯାଜପୁରରେ ବିଜେଡି ବିଧାୟକଙ୍କ ପ୍ରଚାରର ମଙ୍ଗ ଧରିଲେ ବରିଷ୍ଠ ନାଗରିକ

Posted by - April 11, 2019 0
ଯାଜପୁର:୧୦/୦୪ ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ…

ସରକାରୀ ନିୟମ କୁ ମାନି ମୂର୍ତି କାରିଗର ଙ୍କ କ୍ଷତି

Posted by - September 10, 2021 0
ଭୁବନେଶ୍ବର :କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ରେ ଗଣେଶ ମୂର୍ତ୍ତି କାରୀଘର ସରକାର ଙ୍କ ନିୟମରେ ବାନ୍ଧି ହେଇ କ୍ଷତି ରେ ପଡିଛନ୍ତି । ଅବିଭକ୍ତ କୋରାପୁଟ…

ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା

Posted by - December 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍…

ମାଲକାନଗିରି:ବାଇକରେ ବୁହା ହେଲା ମୃତ ଦେହ

Posted by - May 22, 2021 0
ମଳକନାଗିରି:ଖୈରପୁଟରେ ରହୁଥିବା ଶୁକ୍ରା ଶିଶାଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା ।  ଶୁକ୍ରା ନିଜ ହୋଟେଲରେ ଚାହା ବିକ୍ରି କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Posted by - August 20, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…

Leave a comment

Your email address will not be published.