ବୁଧବାର ଅନୁଗୁଳ ବନ୍ଦ :-ଅନୁଗୁଳ ନଗର କଂଗ୍ରେସ

474 0

ଅନୁଗୁଳ:(ମହେଶ ଭୋମରାଜ) ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦେଇଛି ଅନୁଗୁଳ ନଗର କଂଗ୍ରେସ । ନଗର କଂଗ୍ରେସ କମିଟିର କହିବା ଅନୁଯାୟୀ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଆଉ ଜିଲ୍ଲାରେ କରୋନା ବ୍ୟାପିବାରେ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଣୁ କରୋନା ବ୍ୟାପିବାରେ ପ୍ରତିବନ୍ଧକ ଲଗାଇବା ପାଇଁ ଜିଲ୍ଲାର ଶିଳ୍ପସଂସ୍ଥା ଗୁଡିକ ଉପରେ କଟକଣା ଲଗାଇବା ସହ ଶିଳ୍ପସଂସ୍ଥାର ଗାଡି ଏବଂ କର୍ମଚାରୀ ମାନଙ୍କ ସହର ଏବଂ ଆଖପାଖ ଅଞ୍ଚଳ ଗୁଡିକୁ ଯିବା ଆସିବାରେ ରୋକ ଲଗାଇବା ପାଇଁ କଂଗ୍ରେସ ପକ୍ଷରୁ ଅନେକ ଥର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ ।

ଯେଉଁଥିରେ ମୁଖ୍ୟ ଦାବି ଥିଲା ଅନୁଗୁଳ ସହରରେ ଶିଳ୍ପ ସଂସ୍ଥା ମାନଙ୍କ ବସ ଚଳାଚଳ ବନ୍ଦ, ଶିଳ୍ପ ସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା, ଶିଳ୍ପ ସଂସ୍ଥା ପକ୍ଷରୁ ଅନୁଗୁଳ ସହର ସାନିଟାଇଜ କରିବା ଏବଂ ଶନିବାର ରବିବାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବା ଆଦି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଚେତାବନୀ ପତ୍ର ମଧ୍ୟ ଦିଆଯିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା କିନ୍ତୁ କୌଣସି ସୁଫଳ ନ ମିଳିବାରୁ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ନଗର କଂଗ୍ରେସ ସଭାପତି ସୁଦୀପ୍ତ ମିଶ୍ର ସୂଚନା ଦେଇଛନ୍ତି । ଏହି ବନ୍ଦ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ପନିପରିବା, ଫଳ, କ୍ଷୀର ଓ ରାସନ ଦୋକାନ ଆଦି ଜରୁରୀ ସେବା ଚାଲୁ ରହିବ

Related Post

ନବୀନ ପଟ୍ଟନାୟକ ଙ୍କ ସମ୍ପତି ବିଷୟ ରେ ଜାଣନ୍ତୁ

Posted by - March 21, 2019 553
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି।…

ବିଜୁ ଛାତ୍ର ଜନତା ଦଳର ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ

Posted by - August 9, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ୱର୍ଗତ…

ନବମ ଦିନ ୯ ନମ୍ବର ଜୋନ ରେ ଜନ ଜାଗରଣ ଅଭିଯାନରେ ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 30, 2021 0
ବୌଦ୍ଧ : (ସମରେଶ ମିଶ୍ର) ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନ ଜୀବି ଶ୍ରୀ ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତା ଙ୍କ…

ବିଜେପି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ପ୍ରଥମ କାର୍ଯ୍ୟ କାରିଣୀ ବୈଠକ

Posted by - July 26, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ସ୍ଥିତ ହୋଟେଲ ରାଜ ପରିସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ…

ବଡ଼ବୋରସିଂ ପଞ୍ଚାୟତର ୭୧ ପରିବାର ବିଜେଡିରେ ସାମିଲ

Posted by - November 9, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ, ବଡ଼ବୋରସିଂ ବଡଦାଣ୍ଡରେ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ ବିଜେଡିରର ଏକ ମିଶ୍ରଣ…

Leave a comment

Your email address will not be published.