Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୦୧ ରେ

282 0

ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ସର୍ବାଧିକ ୫ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ଅନୁଗୋଳ ବ୍ଲକ୍, କଣିହାଁ ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୨୭,୨୪,୨୦,୩୦ ଓ ୨୦ ବର୍ଷ ବୟସ୍କ ୫ ଜଣ ପୁରୁଷ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ ଗୁଜୁରାଟରୁ ଫେରି ଏହି ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ ।ଅନୁଗୋଳ ପୌରଞ୍ଚଳରୁ ଆଜି ୩ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି ଯାହାଙ୍କର ବୟସ ୨୨,୩୨ ଓ ୪୯ ବର୍ଷ ଅଟେ । ଅନୁଗୋଳ ବ୍ଲକ ଅଂଚଳର ଜଣେ ୨୮ ବର୍ଷ ବୟସ୍କ କଲିକତା ଫେରନ୍ତା ପୁରୁଷଙ୍କର ଆଜି ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଜଣାପଡିଛି ।

କଣିହାଁ ଶିଳ୍ପାଞ୍ଚଳରୁ ଜଣେ ୩୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ତାଳଚେର ବ୍ଲକ୍ ଅଂଚଳର ଜଣେ ଲକ୍ଷ୍ମଣଯୁକ୍ତ ୪୪ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି । ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମଧ୍ୟ ପଜିଟିଭ ବାହାରିଥିବା ଜଣାପଡିଛି ।ଏହି ୧୨ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜି ଏହି ୧୨ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ରେ ପହଂଚିଛି । ଇତି ମଧ୍ୟରେ ୬ ଜଣ ସୁସ୍ଥ ଲ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି ।

Related Post

ଉତକେଲା ଡ଼ାକ୍ତରାଣୀ ଙ୍କୁ ସୁନା ଲୁଟ ଘଟଣା ରେ ଜଣେ ଗିରଫ,ଲୁଟ ନୁହେଁ ଧର୍ଷଣ ଟାର୍ଗେଟ ଥିଲା

Posted by - March 2, 2021 0
କେସିଙ୍ଗା:(ମହମ୍ମଦ ଆଗାଜାନ)ଜାନ କେସିଙ୍ଗା ଥାନା ଡ଼ାକ୍ତରାଣୀ ଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଲୁଟ ଘଟଣା ରେ ପୋଲିସ  ଉତକେଲା ର ହଁ ବୈକୁଣ୍ଠ ଦୋରା ଙ୍କୁ…

ମାଡ଼ି ଆସୁଛି ବାତ୍ୟା ପାଥେଇ! ଓଡିଶା କୁ ନାହି ଡର। ଓଡିଶା ର ଛଅ ଟି ଜିଲା ରେ ପ୍ରବଳ ବର୍ଷା ସମ୍ଭାବନା

Posted by - December 15, 2018 0
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ବିରୋଧ ପ୍ରଦର୍ଶନ

Posted by - December 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନୟାଗଡ ରେ କର୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଯାଜପୁରରେ ସାମ୍ବାଦିକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।ଯାଜପୁର ଗାନ୍ଧୀ ଛକ ଠାରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି,  ଯେଉଁଭଳି ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଛି ସେଥିପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଦରକାର ବୋଲି ଦାବୀ କରାଯାଇଥିଲା ।

Leave a comment

Your email address will not be published.