ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଗୋଷ୍ଠୀ ସ୍ବେଚ୍ଛାସେବୀ ନିୟୋଜିତ

375 0

ପୁରୀ:(ସମୀର ରଞ୍ଜନ) ସହରରେ କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଗୋଷ୍ଠୀ ସ୍ବେଚ୍ଛାସେବୀ ନିୟୋଜିତ ରହି ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟ ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବେ । ଏନେଇ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟାଉନହଲରେ ଅନୁଷ୍ଠିତ ହୋଇଛି । ପେଣ୍ଠକଟା ପରେ ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ ଏହି ସ୍ବେଚ୍ଛାସେବୀମାନେ କାର୍ଯ୍ୟକରିବେ । ପ୍ରତି ୨୫ ଘରକୁ ଜଣେ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଉକ୍ତ ସ୍ବେଚ୍ଛାସେବୀ ମାନେ ସଂପୃକ୍ତ ବସ୍ତିର ହୋଇଥିବେ ଓ ସେବା ମନୋଭାବ ରଖି କାର୍ଯ୍ୟ କରିବେ । ଉଭୟ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଉକ୍ତ ସ୍ବେଚ୍ଛାସେବୀ ସୁସ୍ଥ ଥିବା ସହ ତାଙ୍କୁ ୪୦ ବର୍ଷ ବୟସରୁ କମ ହୋଇଥିବେ, ହ୍ବାଟ୍ସଅପ ବ୍ୟବହାର ଜାଣିଥିବେ, ଦୈନିକ ୫ ରୁ ୬ ଘଣ୍ଟା ସମୟ ଦେଇପାରୁଥିବେ, ଓଡିଆ ଭାଷା ଜାଣିବା ବାଧ୍ୟତାମୂଳକ ।

ସେମାନେ ସଂପୃକ୍ତ ପରିବାରରୁ ବୃଦ୍ଧ ବୃଦ୍ଧା, ଶିଶୁ, ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବେ । ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ ସଙ୍ଗରୋଧ ନିୟମ ଉଲଘଂନ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରାଯିବ । ଆବଶ୍ୟକ ସ୍ଥଳେ ପୋଲିସ ଓ ପୌରସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯିବ । ସଂପୃକ୍ତ ଅଞ୍ଚଳରୁ କୈଣସି ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ । ହୋଡିଂ, ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯିବ । ଉକ୍ତ ସ୍ବେଚ୍ଛାସେବୀମାନେ କରୋନା ଲଢେଇ ନିମନ୍ତେ ଗୋଷ୍ଠୀ ନେତୃତ୍ବ ନେବେ। ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ କରାଯାଇ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଅନ୍ୟପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କରୋନା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି ।

ଏଥିନିମନ୍ତେ ୬୪ଟି ଟିମ ନିୟୋଜିତ ଅଛନ୍ତି । ଏଥିରେ ଆଶା, ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି । ଆଜିସୁଦ୍ଧା ପ୍ରାୟ ୩୫ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି । ଏଥିରୁ ୩୬୭ ଜଣଙ୍କ ଲକ୍ଷଣ ଥିବା ଚିହ୍ନଟ କରାଯିବା ସହ ବାହାରୁ ଆସିଥିବା ୧୧୭ ଜଣଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ସହ ୬ ଜଣ ଉକ୍ତ ନିୟମ ଉଲଙ୍ଘନ କରିଥିବା ଚିହ୍ନଟ ହୋଇଛନ୍ତି । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ଓ ବିଭିନ୍ନ ବସ୍ତିର ନେତୃସ୍ଥାନୀୟ ବ୍ୟକ୍ତି, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଶୀତଳ ଭଣ୍ଡାର ବର୍ଷ ବର୍ଷ ଧରି ଅଚଳ,ଖର୍ଚ୍ଚ ହୋଇଥିବା ରାଶିର ହେଲାନି ସଦ ଉପଯୋଗ

Posted by - January 14, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଅଞ୍ଚଳ କେବଳ ଖରା ପାଇଁ ନୁହେଁ ଏଠାକାର ପନିପରିବା ଯେମିତିକି ପିଆଜ ଏବଂ ଟମାଟୋ ଚାଷ ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ…

କାଶୀପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ୩ କିମି ବୁହାହେଲେ ଗର୍ଭବତୀ

Posted by - August 11, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଗାଁକୁ ପକ୍କା ରାସ୍ତା ନଥିବା ପରିସ୍ଥିତି ଯୋଗୁଁ ଦେବଦୂତ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଅନୀଲ ନାଏକ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ…

ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ

Posted by - June 22, 2021 0
ଯାଜପୁର ଅଫିସ :୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା…

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 350
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…

ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ,କିନ୍ତୁ ଖର୍ଚ୍ଚ ହେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଲକ୍ଷ ଲକ୍ଷ ଟଙ୍କା

Posted by - June 18, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାମ ରେ…

There are 1 comments

  1. I’ve been looking for photos and articles on this topic over the past few days due to a school assignment, casinosite and I’m really happy to find a post with the material I was looking for! I bookmark and will come often! Thanks 😀

Leave a comment

Your email address will not be published.