ଦ୍ଵୈତନଗରୀ କଟକ ଓ ଭୁବନେଶ୍ଵରର ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ

351 0

ଭୁବନେଶ୍ବର :କଟକ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଦାୟିତ୍ଵ ନେଇଛନ୍ତି। ଏ ନେଇ କମିଶନରେଟ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଭୁବନେଶ୍ୱରର ନୂଆ ଡିସିପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍‌ କମିସନର୍‌ ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଏବଂ କଟକର ନୂତନ ଡିସିପି ଭାବରେ ପ୍ରତୀକ ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି।

ପୂର୍ବରୁ କଟକ ଡିସିପି ଦାୟିତ୍ୱରେ ଥିବା ଅଖିଳେଶ୍ୱର ସିଂହ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ସୂଚନାଯୋଗ୍ୟ, କଟକର ନୂଆ ଡିସିପି ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର୍ଯ୍ୟ କରୁଥିଲେ।ସେହିପରି ଭାବେ ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ।ଏହି କାର୍ଯ୍ୟକ୍ରମପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ନବ ନିଯୁକ୍ତ ଡିସିପି ଆଗାମୀ ଦିନରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ।

Related Post

ତେନ୍ତୁଲିବାଡି ରୁ ମାଛ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର

Posted by - April 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅନ୍ତର୍ଗତ ମୋଟରଙ୍ଗାପାଳ ତେନ୍ତୁଲିବାଡି ରୁ ମିଳିଛି ମାଛ ବ୍ୟବସାୟୀଙ୍କ ମୃତ ଦେହ। ମୃତକ ହେଲେ ସ୍ଥାନୀୟ ଗ୍ରାମର କୁଳମଣି ପରିଡ଼ା।…

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - January 4, 2020 0
ଯାଜପୁର:୦୪/୦୧/୨୦୨୦ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି।ଆଜି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ସହ ଜନଶୁଣାଣୀ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।…

କଳାହାଣ୍ଡି ଜିଲ୍ଲା ରେ ଚକଡ଼ା ପୋକ ପ୍ରାଦୁର୍ଭାବ, କ୍ଷତିଗ୍ରସ୍ତ ଚାଷି ପକ୍ଷରୁ କ୍ଷତିପୂରଣ ଦାବିରେ ତହସିଲଦାର ଙ୍କୁ ଦାବିପତ୍ର

Posted by - November 10, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ଦେଖାଦେଇଛି ଚକଡା ପୋକର ପ୍ରାଦୁର୍ଭାବ, ବହୁକଷ୍ଟରେ ଫସଲ…

ଶେଷ ଚିଠି : “ମୁଁ ସିମରନ, ବୟସ ୧୭”

Posted by - January 4, 2019 0
ଗତ ଡିସେମ୍ବର ୨୮ତାରିଖରେ ମୃତ ଆଲବମ୍ ଅଭିନେତ୍ରୀ ସିମରନ ଝାରସୁଗୁଡା ପୋଲିସ ଥାନାରେ ତାଙ୍କ ସହ ଘଟିଥିବା ଘଟଣାର ଲିଖିତ ଅଭିଯୋଗ କରିଥିଲେ । ଦେଖନ୍ତୁ କଣ…

There are 1 comments

Leave a comment

Your email address will not be published.