ଯାଜପୁର ଅଫିସ : ଆଜି ଯାଜପୁର ନଗର ଭାବନିଗଞ୍ଜ ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପାରିଷଦ ଦୀପକ କୁମାର ଦାସଙ୍କ ଆୟୋଜନ କ୍ରମେ ଯାଜପୁର ବିଧାୟକ ତଥା ବିଜୁଜନତା ଦଳର ସାଂଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ରକ୍ତ ଦାନ ଶିବିରରେ ଯୋଗ ଦେଇଥିଲେ ।
ଯାଜପୁର ଜିଲ୍ଲପାଳ ରଂଜନ କୁମାର ଦାସ, ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ପୂର୍ବତନ ନଗର ପାଳ ଭବ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ, ରକ୍ତ ଅଭାବ ରୁ କୌଣସି ଲୋକ ନମରନ୍ତୁ ଏହାହିଁ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ବୋଲି ଅନୁଷ୍ଠାନ ର କର୍ମକର୍ତା ପ୍ରକାଶ କରିଛନ୍ତି ।