କରୋନା ସ୍ଥିତି ଗମ୍ଭୀର: ଛଅଟି ପଞ୍ଚାୟତକୁ ସଟଡାଉନ.

2632 293

ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ ଶନିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳର ୬ ଟି ପଞ୍ଚାୟତକୁ ସଟଡାଉନ କରିବାକୁ ସ୍ଥାନୀୟ ସରପଞ୍ଚ ମାନେ ନିଷ୍ପତ୍ତି ନେଇଛନ୍ତି ।  ପୋକତୁଙ୍ଗା ସରପଞ୍ଚ ରିନାରାଣୀ ପ୍ରଧାନ , ନନ୍ଦପୁର ସରପଞ୍ଚ ଅନିତା ପ୍ରଧାନ , ଧୋକୁଟା ସରପଞ୍ଚ ସରୋଜିନୀ ପ୍ରଧାନ , ଶଙ୍ଖପୁର ସରପଞ୍ଚ ମନୋଜ ପ୍ରଧାନ , ବନ୍ତଳା ସରପଞ୍ଚ ହରିହର ସାହୁ , କୁମୁରିସିଙ୍ଗା ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ନିଷ୍ପତ୍ତି କ୍ରମେ କରୋନା ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଓ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ସଟଡାଉନର ଆବଶ୍ୟକ ଜରୁରୀ ବୋଲି ମାନେ କରି ଆଜି ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖିବା ସହ ଏହି ସବୁ ଅଞ୍ଚଳରେ ପୋଲିସ ମୃତୟନ କରିବାକୁ ଅନୁରୋଧ କରିଛନ୍ତି ।

ଆସନ୍ତା ମଙ୍ଗଳବାର (୧୪ ତାରିଖ) ଭୋର ସମୟରୁ ଶୁକ୍ରବାର (୧୭ ତାରିଖ) ରାତ୍ରି ୧୨ ଟା ପର୍ଯ୍ୟନ୍ତ ପୋକତୁଙ୍ଗା , ଧୋକୁଟା, ନନ୍ଦପୁର, ସଙ୍ଖପୁର,ବନ୍ତଳା ଓ କୁମୁରିସିଙ୍ଗା ଆଦି ଛଅଟି ପଞ୍ଚାୟତର ସମସ୍ତ ଦୋକାନ ବଜାର ଆଦି ବନ୍ଦ ରହିବ ବୋଲି ସେମାନେ ଜଣାଇଛନ୍ତି । ଏହି ସବୁ ଅଞ୍ଚଳର ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କେବଳ ଖୋଲା ରହିବାକୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ଅଞ୍ଚଳର ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିବ । ଲକଡାଉନ ସରିବା ପରେ ସରପଞ୍ଚ ମାନେ ସ୍ଥିତି ସମୀକ୍ଷା କରିବା ପରେ ଏହାକୁ ଘୁଞ୍ଚାଇ ଦିଆ ଯାଇପାରେ । ଏହି ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସାଧାରଣ ଲୋକଙ୍କୁ ସରପଞ୍ଚମାନେ ଅନୁରୋଧ ମଧ୍ୟ କରିଛନ୍ତି ।

Related Post

ନିସହାୟ ଯୁବତୀର ସମ୍ମାନ ରକ୍ଷା କରିଥିବା ସାମ୍ବାଦିକ ଙ୍କୁ OMA ତରଫ ରୁ ସମ୍ବର୍ଦ୍ଧନା

Posted by - October 15, 2020 0
ଭୁବନେଶ୍ବର :ବାରଙ୍ଗପ୍ରେସକ୍ଲବର ତିନିଜଣ ସାମ୍ବାଦିକପାଇଁ ଜଣେ ନିସହାୟ ଯୁବତୀର ସମ୍ମାନ ରକ୍ଷା ହୋଇପାରିଲା ।ଏହାଦ୍ୱାରା ଯୁବତୀଜଣଙ୍କ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲେ । ସାମ୍ବାଦିକମାନେ ସ୍ଥାନୀୟ ପୋଲିସ…

ଫର୍ଜରି କରି ଲୋକଙ୍କ ନାଁ ରେ କରାଯାଉଛି ପଟ୍ଟା, ଜମି ଦଲାଲ ରେକେଟ ସକ୍ରିୟ,ବିଭାଗୀୟ କର୍ମଚାରି ସନ୍ଦେହ ଘେରରେ

Posted by - July 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜଣେ ମଣିଷର ଗୋଟିଏ ଇଚ୍ଛା ଥାଏ ସେ କିଛି କରି ପାରୁ ନ ପାରୁ ଜାଗା ଖଣ୍ଡିୟେ କରିଦେଲେ ଜୀବନର ଗୋଟିଏ…

ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ୍‌ ପୁଲିସ୍‌ ନଧରିଲେ ବି ଦେବାକୁ ପଡ଼ିବ ଜରିମାନା

Posted by - November 30, 2019 0
ଭୁବନେଶ୍ୱର ୩୦।୧୧ –   କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ନିୟମ କୋହଳ ଅବଧି…

NIT ରାଉରକେଲାରେ ରାଷ୍ଟ୍ରପତି କୋବିନ୍ଦ

Posted by - March 21, 2021 0
ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଅଜିତ ସାହୁଙ୍କ ଶେଷକୃତ୍ୟ

Posted by - June 20, 2019 0
ଢେଙ୍କାନାଳ: ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର କୁ ଜନ୍ମ ମାଟି କାମାକ୍ଷାନଗର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ  ଶେଷକୃତ୍ୟ କରାଯାଇଛି । ସହିଦ…

There are 293 comments

Leave a comment

Your email address will not be published.