ଅନୁଗୁଳ :(ମହେଶ ଭୋମ ରାଜ)ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳରୁ ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ ଥିବାରୁ ସେ ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାବ ପରିକ୍ଷା କରାଇଥିଲେ । ତାଙ୍କର ପଜିଟିଭ ବାହାରିଥିବା ଏହି ସ୍ବାବ ପରୀକ୍ଷାରୁ ଜଣାପଡିଛି । ତାଳଚେର ବ୍ଲକ୍ ଅଂଚଳର ଜଣେ ଲକ୍ଷଣଯୁକ୍ତ ୩୦ ବର୍ଷିୟା ନିରାଶ୍ରୟ ମହିଳା ଯିଏକି ଜଣେ ମାନସିକ ବିକାରଗ୍ରସ୍ତ ତାଙ୍କର ପଜିଟିଭ ବାହାରିଛି । ତୃତୀୟ ପଜିଟିଭ ଜଣଙ୍କ ସେହି ତାଳଚେର ବ୍ଲକ୍ ଅଂଚଳର ୩୯ ବର୍ଷ ବୟସ୍କ ପୁରୁଷ ଯିଏକି ବିହାରରୁ ଆସି ତାଳଚେର ଅଂଚଳରେ ରହୁଛନ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ ସ୍ବାବ ପରୀକ୍ଷା କରାଯାଇ ପଜିଟିଭ ବାହାରିଛି । ସେହିପରି ୪ର୍ଥ ଆକ୍ରାନ୍ତ ଜଣକ ତାଳଚେର ଅଂଚଳର ଏକ ରାଷ୍ଟ୍ରାୟତ୍ତ ସଂସ୍ଥାରେ କାର୍ଯ୍ୟରତ ୫୨ ବର୍ଷୀୟ ଲକ୍ଷଣ ବିହିନ ପୁରୁଷ ଅଟନ୍ତି ।
୫ମ ଆକ୍ରାନ୍ତ ଜଣକ ଏହି ରାଷ୍ଟ୍ରାୟତ୍ତ ସଂସ୍ଥାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଧର୍ମପତ୍ନୀ ଯାହାଙ୍କର ବୟସ ୩୯ ବର୍ଷ ଓ ସେ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ । ୬ଷ୍ଠ ଆକ୍ରାନ୍ତ ଜଣଙ୍କ ଅନୁଗୋଳ ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଟନ୍ତି । ଏହି ୫୭ ବର୍ଷ ବୟସ୍କ ପୁରୁଷ କଲିକତାରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ । ୭ମ ଆକ୍ରାନ୍ତ ଜଣକ ବଅଁରପାଳ ବ୍ଳକ୍ ଅଂଚଳର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ୪୦ ବର୍ଷୀୟ ପୁରୁଷ କର୍ମଚାରୀ ଯିଏକି ହୋମ କ୍ଵରାଣ୍ଟାନରେ ଥିଲେ । ଆଜି ଏହି ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ସଂସ୍କାର ଆଇସୋଲେସନ ୱାର୍ଡରେ ରଖାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି .