Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆଇସୋଲେସନ ୱାର୍ଡରେ ଜଣଙ୍କର ମୃତ୍ୟୁ – ରିପୋର୍ଟ ନେଗେଟିଭ ଆସିବା ପରେ ହେଲା ବ୍ୟବଚ୍ଛେଦ.

802 0

ଅନୁଗୁଳ:(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ଘଣ୍ଟା ମୃତଦେହ ପଡି ରହିଥିଲା । କରୋନା ସନ୍ଦେହ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ବେଳେ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଉପଖଣ୍ଡ ଅଞ୍ଚଳର ଜେନ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଗତମାସ ୨୬ ତାରିଖରେ ଦୁର୍ଘଟଣାରେ ଗୋଦା ଭାଙ୍ଗିଥିଲା । ତାଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ କଟକ ବଡ଼ ମେଡିକାଲରୁ ଗତ ୬ ତାରିଖରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ  ଅଣା ଯାଇଥିଲା । ଏଠାରେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଆଡମିଶନ କରାଯାଇଥିଲା ।

ତେବେ କଟକରୁ ଫେରିଥିବା ଯୋଗୁଁ ତାଙ୍କୁ ତା ପରଦିନ କରୋନା ଆଇସୋଲେଶନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇ ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା । ତେବେ ରିପୋର୍ଟ ଆସି ନ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରିପୋର୍ଟ ଆସି ନ ଥିବାରୁ ମୃତଦେହ ଶବାଗାରକୁ ସ୍ଥାନାନ୍ତର କରାଯାଇ ନ ଥିଲା କି ରବିବାର ସକାଳେ ବ୍ୟବଚ୍ଛେଦ ହୋଇ ନ ଥିଲା । ଫଳରେ ପ୍ରାୟ ୧୫ ଘଣ୍ଟା ଧରି ମୃତଦେହ ପୁରୁଣା ଶବ ବ୍ୟବଚ୍ଛେଦ ପାଖରେ ପକାଇ ରଖାଯାଇଥିଲା । ପ୍ରାୟ ଅପରାହ୍ନ ୪ଟାରେ ସ୍ଵାବ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ଏହାକୁ ନେଇ ମୃତକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ସ୍ଵାବ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ଏଭଳି ଘଟଣା ଘଟିଥିଲା ।

Related Post

ବନ ବିଭାଗ କୁ ଚାଲେଞ୍ଜ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

Posted by - August 4, 2021 0
ବୌଦ୍ଧ (ଚିତ୍ତରଂଜନସିଂ)ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି କଙ୍କାଳି ସଂରକ୍ଷିତ ଜଙ୍ଗଲ ବନ ସୁରକ୍ଷା ସମିତି ଗଠନ କୁ କେନ୍ଦ୍ର କରି ବନ ବିଭାଗ ଓ ରତାଖଣ୍ଡି ଗ୍ରାମବାସୀଙ୍କ…

ଇନ୍ଦିରା ଆବାସ ର କେଳେଙ୍କାରୀ,ବକେୟା ଟଙ୍କା ପାଇବାକୁ ସରକାରୀ ବାବୁଙ୍କୁ ଦେବାକୁପଡୁଛି ହାତ ଖର୍ଚ୍ଚ

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମାଳ ମାଳ ସରକାରୀ ଯୋଜନା,ପୁଣି ନୂଆ ନୂଆ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ସଠିକ ଭାବରେ ପହଂଚି ପାରୁନି ଯୋଜନା ଉଚିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କରୋନା ସଂକ୍ରମଣରୁ ଜୀବଜନ୍ତୁ ରକ୍ଷା କରିବା ପାଇ ସତର୍କତା ଅଵଲମ୍ବନ

Posted by - May 6, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜୀବଜନ୍ତୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇ  ରାଜ୍ୟ ପ୍ରାଣୀ ଉଦ୍ୟାନ ଥିବା ସମସ୍ତ ଜୀବଜନ୍ତୁଙ୍କୁ   କରୋନା ସଂକ୍ରମଣର…

ପଂଚାୟତ ନିର୍ବାଚନରେ ୭୦ବର୍ଷ ହେବ ଅନୁସୂଚିତ ଜାତି -ମହିଳାଙ୍କ ସ୍ଥାନ ସଂରକ୍ଷିତ ନ ଥିବାରୁ ବିକ୍ଷୋଭ

Posted by - October 18, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ବିରାଟ ସମସ୍ୟା ର ଦୃଶ୍ୟ!ଯାହାକି ବୌଦ୍ଧ ଜିଲ୍ଲା ବାସୀଙ୍କୁ ଚକିତ କଲାପରି…

ଭୋଟ ବାକ୍ସ ବଦଳିବା ଆଶଙ୍କା କରି ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଜଗି ରହିଛନ୍ତି ସମର୍ଥକ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରିଛି ପରୀକ୍ଷା, ବାହାରିବ ପରୀକ୍ଷା ଫଳ। ଏଥିପାଇଁ ପ୍ରାର୍ଥୀ ଙ୍କ ଠାରୁ ଆରମ୍ଭ କରି ସମର୍ଥକ ଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ।…

Leave a comment

Your email address will not be published.