Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କ୍ୟାନସର ଆକ୍ରାନ୍ତ ବଣ୍ଟିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଟିରୁ ସହାୟତା

359 0

ଯାଜପୁର ଅଫିସ:  କ୍ୟାସନର ଆକ୍ରାନ୍ତ ବଣ୍ଟି ମୁଣ୍ଡିଆଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବଣ୍ଟିଙ୍କ ସଂପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ସହାୟତାକୁ ମଞ୍ଜୁର କରିବା ସହ ବଣ୍ଟିର ଚିକିତ୍ସା ସୁବିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରିବା ପାଇଁ ସି.ଡ଼ି.ଏମ୍‌.ଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ଠାରେ ଡେପୁଟୀ କଲେକ୍ଟର ତଥା ରେଡ଼କ୍ରସ ଶାଖାର ସଂପାଦକ କୁଳମଣି ନାୟକ ଏହି ଅର୍ଥକୁ ବଣ୍ଟିଙ୍କ ମା’ ପ୍ରିତୀ ମୁଣ୍ଡିଆଙ୍କୁ ଏହି ଅର୍ଥ ପ୍ରଦାନ କରିବା ସହ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ସୂଚନା ଦେଇଥିଲେ । ଶୁକ୍ରବାର ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ବଣ୍ଟିଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଇଥିଲେ । ସୂଚନା ଯୋଗ୍ୟ ଯେ ଯାଜପୁର ରୋଡ଼ ସ୍ଥିତ ଚୁନଭାଟି ଅଞ୍ଚଳରେ ବସବାସ କରନ୍ତି ।

ସେ କିଛି ମାସ ତଳେ ଇଲେକ୍ଟ୍ରି ଖୁଣ୍ଟରୁ ପଡ଼ିଯିବାରୁ ବାମ ଗୋଡ଼ରେ ଆଘାତ ପ୍ରାପ୍ତ ହୋଇ ଚିକିତ୍ସା ହେଉଥିଲେ । ଆର୍ଥିକ ଅନାଟନ କାରଣରୁ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ଗୋଡ଼ଟି କ୍ୟାନସରଗ୍ରସ୍ତ ହୋଇଥିବା ଜଣାଯାଇଥିଲା ତାଙ୍କ ସଂପର୍କରେ ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜିଲ୍ଳାପାଳ ଶ୍ରୀଦାସ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ବଣ୍ଟିଙ୍କ ନିକଟକୁ ଯାଇ ତାହାର ଅବସ୍ଥା ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାର ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ ଚିକିତ୍ସା ପାଇଁ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।ଏହି ସହାୟତା ପାଇଁ ବଣ୍ଟିଙ୍କ ମା’ ରେଡ଼କ୍ରସକୁ ଧନ୍ୟବାଦ ଜଣାଇବା ସହ ଆଗକୁ ପୁଅର ଚିକିତ୍ସାରେ ସହଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ବଣ୍ଟିସହ ଯୋଗାଯୋଗରେ ରହିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Related Post

ସାମାଜିକ ଅନୁଷ୍ଠାନ ସମୂହ ତରଫରୁ ଟିଟିଲାଗଡରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 29, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ଚଳିତ ବର୍ଷ ଟିଟିଲାଗଡ ନାଗରିକ କମିଟିର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ…

ମିନି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଦାବି

Posted by - December 7, 2021 0
ମାଥିଲି::(ଅବଦୁଲ ଗନି)ମାଥିଲି ବ୍ଲକ ଅନ୍ତର୍ଗତ ମୋପ୍ରବଣ କର୍ତ୍ତନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେକଗୁଡା ରେ ପ୍ରାୟ ଚାଳିଶ ରୁ ପଚାଶ ପରିବାର ବସବାସ କରିଆସୁଛନ୍ତି।  ଟେକଗୁଡା ଠାରେ ସ୍କୁଲ…

ଟିଟିଲାଗଡ଼ ପୌରପରିଷଦର ବସ୍ତି ବାସିନ୍ଦାଙ୍କ ପାଇଁ ଲଟେରୀ ଜରିଆରେ ଭୂମି ପ୍ରମାଣପତ୍ର ବଣ୍ଟନ

Posted by - January 6, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ପୌରପରିଷଦ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସରକାରଙ୍କ ଜାଗା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣପତ୍ର…

ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା…

ପ୍ରେସ ଦିବସ ଉପଲକ୍ଷେ ମେଘା ରକ୍ତଦାନ ଶିବିର

Posted by - November 19, 2019 336
ଅନୁଗୋଳ:(ମହେଶ ଭୋମରାଜ)ଜାତୀୟ ପ୍ରେସ ଦିବସ ଓ  ଫୋର୍ଥ ପିଲର ଆୱାର୍ଡ଼ ସେରିମନି ଅବସରରେ ଆଜ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ  ଆସୋସିଏସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ…

Leave a comment

Your email address will not be published.