ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

683 0

ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ ରେ ମାଓବାଦୀ ମାନଙ୍କ ରହିବାରେ ସ୍ଥାନ ଥିବା ହେତୁ ବିଭିନ୍ନ ଘଞ୍ଚ ଜଙ୍ଗଲରେ ରହୁ ଥିବା ସୂଚନା ବହୁ ବାର ମିଳୁଥିଲା। ଅଭ୍ୟାୟରଣ ରେ ଥିବା ଛୋଟ ଛୋଟ ଗାଁକୁ ମଧ୍ୟ କବଜା କରିବାକୁ ଚେଷ୍ଟା ଜାରି ରଖିଥିଲେ । କିଛି ଗାଁ ରେ ମଧ୍ୟ ବୈଠକ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ତରଫରୁ କୈଣସି ସହଯୋଗ ମିଳୁ ନଥିଲା ।ସାତକୋଶିଆ ଅଞ୍ଚଳ ରୁ ଯେଉଁ କିଛି ଯୁବକ ଓ ଯୁବତୀ ସେମାନଙ୍କ ସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ ବିଗତ ଦିନରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପାଖାପାଖି ଏକ ବର୍ଷ ହେବ ଅନୁଗୁଳ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି  ଦେଖିବାକୁ ମିଳୁନାହିଁ । ଏବେ ଓଡ଼ିଶା ନକ୍ସଲ ମାନଚିତ୍ର ରୁ ବାଦ ପଡିଲା  ଅନୁଗୁଳ।

ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ତତ୍ ସହିତ ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ନେଇ ବି ସେ ସୂଚନା ଦେଇଛନ୍ତି।ବର୍ତ୍ତମାନ, ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼କୁ ଏସଆରଇ ଯୋଜନାରୁ ବାଦ୍ ଦେବାକୁ ଅନୁମୋଦନ କରିଛନ୍ତି। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଥିବା ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି।ପୂର୍ବରୁ ୨୦୧୮ ମସିହା ଏପ୍ରିଲ୍ ମାସରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓବାଦୀ କାର୍ଯ୍ୟକଳାପରୁ ମୁକ୍ତ ଘୋଷିତ କରାଯାଇଥିଲା ଏବଂ ସେହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ବାଦ୍  ଦିଆଯାଇଥିଲା। ଏହାଫଳରେ ବର୍ତ୍ତମାନ  ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ନକ୍ସଲ ପ୍ରଭାବମୁକ୍ତ ହୋଇପାରିଛି ।

Related Post

ପୋଲିସ ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୁହାଁମୁହିଁ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଙ୍କୁ ବିରୋଧ କରି ଆଜି ସମ୍ବଲପୁର ଠାରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଡିଆଇଜି କାର୍ଯ୍ୟାଳୟ ଘେରାଉ…

ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କଲା ଅମୃତ୍ ମହୋତ୍ସବ ତିରଙ୍ଗା ଯାତ୍ରା କମିଟି

Posted by - August 13, 2022 0
ସମ୍ବଲପୁର: ୧୩/୦୮:( ରମାକାନ୍ତ ବିଶ୍ବାଳ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି “ଆଜାଦି କା ଆମୃତ୍ ମହୋତ୍ସବ” କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ…

ଦିବ୍ଯାଙ୍ଗ ହୋଇ ବି ଏକାକୀ ମରାମତି କଲେ ରାସ୍ତା

Posted by - September 24, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ନିଜ ଦୈନନ୍ଦିନ ରାସ୍ତାରେ ତାଙ୍କ ଟ୍ରାଇସାଇକେଲଟି ବାରମ୍ବାର ଓଲଟି ପଡିବାରୁ ଦିବ୍ଯାଙ୍ଗ ଜଣକ ଏକାକୀ ରାସ୍ତା ମରାମତି କରିବାରେ ଲାଗିଛନ୍ତି।…

ପ୍ରଧାନ ମନ୍ତ୍ରୀ କୌଶଳ ଯୋଜନା ତାଲିମ କେନ୍ଦ୍ରରେ ଉତ୍ତେଜନା

Posted by - September 4, 2021 0
ବାଲିଆପାଳ;(ପ୍ରଭାକର ମଲ୍ଲୀକ୍)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜାମକୁଣ୍ଡା ଛକରେ ହୋଇଥିବା ପ୍ରଧାନ ମନ୍ତ୍ରୀ କୌଶଳ ଯୋଜନା ତାଲିମ କେନ୍ଦ୍ରରେ ନିଯୁକ୍ତି ଦାତା ପ୍ରତିଶ୍ରୁତି ପାଳନ ନ କରିବାରୁ…

ଯାଜପୁରରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ,ସଟଡାଉନ ସହ ଲକଡାଉନର କଲେ ସମୀକ୍ଷା

Posted by - April 5, 2020 401
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ।କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ…

Leave a comment

Your email address will not be published.