Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଯାଜପୁର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

826 0

ଭୁବନେଶ୍ବର: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ରାଲି ଆୟୋଜନ କରି ଲୋକଙ୍କୁ ଏକାଠି କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ବିଶ୍ୱର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବଡ଼ ପେଣ୍ଠସ୍ଥଳୀ ହେବ । ଏଠାରେ ଶିଳ୍ପାୟନର ନୂଆ ଅଧ୍ୟାୟ ସୃଷ୍ଟି ହେବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ଖଣିଜ ସମ୍ପଦର ବିକାଶ, ଶିଳ୍ପାୟନର ବୃଦ୍ଧି, ଚାଷ କାର୍ଯ୍ୟକୁ ଅଗ୍ରାଧିକାର ପ୍ରଦାନ କରିବା ଓ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କୁ ରୋଜଗାର ଦେବା ଦିଗରେ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ବନ୍ଦ ହୋଇ ପଡ଼ିଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ପୁନରୁଦ୍ଧାର ଓ କାରଖାନାରୁ ଚଳଚଞ୍ଚଳ କରିବା ପାଇଁ ସେ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରମିକ ଓ କର୍ମଚାରୀ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଚଣ୍ଡିଖୋଲ ଓ ଡ଼ୁବୁରି ରାସ୍ତାର ପ୍ରଶସ୍ତିକରଣ ସହ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜର କାମ ଆରମ୍ଭ ପାଇଁ କେନ୍ଦ୍ରରୁ ଅର୍ଥ ମଞ୍ଜୁରୀ ସରିଛି । କିନ୍ତୁ କିଛି ଆଇନଗତ ଅସୁବିଧା ପାଇଁ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁ ନଥିବାରୁ ସେ ଖୁବ୍ ଶୀଘ୍ର ।

ଏହାର ସମାଧାନର ରାସ୍ତା ବାହାର କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ କଳିଙ୍ଗନଗର ଅଞ୍ଚଳରେ ବନ୍ଦ ହୋଇପଡ଼ିଥିବା ସମସ୍ତ ଛୋଟବଡ଼ କାରଖାନା ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏବଂ କଳିଙ୍ଗନଗର କୁ ଷ୍ଟିଲ୍ ହବ୍‌ରେ ପରିଣତ କରିବା ପାଇଁ ମୋଦୀ ସରକାର ପ୍ରୟାସ ଆରମ୍ଭ କରିଛି ।ଏହାସହ ଜିଲ୍ଲା ସଭାପତି ଗୌତମ ରାୟଙ୍କ ଦାବିଥିବା ଯାଜପୁରକୁ ରେଳ ସଂଯୋଗ, କୋରେଇ ନେତା ବିଶ୍ୱଜିତ୍ ନାୟକଙ୍କ ଦାବି ଯାଜପୁରରେ ରେଳୱେ ଡ଼ିଭିଜନ ପ୍ରତିଷ୍ଠା, ବ୍ୟାସନଗରରେ ଦ୍ୱିତୀୟ ଫ୍ଲାଏ ଓଭର ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ ଜାରି ରଖିଛନ୍ତି । ଏ ସବୁ ଦାବି ପୁରଣ ହୋଇପାରିଲେ ଯାଜପୁର ବା ନିଶ୍ଚିତ ଭାବେ ଉପକୃତ ହୋଇପାରିବେ । ତେବେ ଯାଜପୁରକୁ ମୋଦୀ ସରକାର ଗୁରୁତ୍ୱ ଦେଉଥିବା କଥା ଏଥିରୁ ପ୍ରମାଣିତ ହୋଇପାରେ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ବିଗତ ବର୍ଷ ମାନଙ୍କରେ ମୋଦୀ ସରକାରରେ ଉପଲବ୍ଧ ଜନକଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମାସ୍କ ପିନ୍ଧିବା ସହ ସର୍ବସାଧାରଣରେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Related Post

ଆସନ୍ତା ନିର୍ବାଚନରେ ବିଜେଡ଼ି ପାଇଁ କାଳ ହୋଇପାରେ ଆଶାୟୀ ଙ୍କ ଅସନ୍ତୋଷ,ହେଇପାରେ ପଞ୍ଚାୟତ ନିର୍ବାଚନ ପରି ଫଳ

Posted by - March 15, 2019 0
ଭୁବନେଶ୍ବର:ବଢି ଚାଲିଛି ବିଜେଡ଼ିରେ ଆଶାୟୀ ଙ୍କ ଭିଡ। ତାକୁ ନେଇ ଚିନ୍ତା ରେ ବିଜେଡ଼ି।ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ…

ବଡଉଡେନ ଗାଁ ରେ ମହାତ୍ମା ଗାନ୍ଧି ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି, ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟ୍ ରେ ଟଙ୍କା ପଡ଼ୁଥିବା ଅଭିଯୋଗ

Posted by - September 5, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁ ରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ…

ହିନ୍ଦୁ ଧର୍ମର ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

Posted by - November 3, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆର୍ଯ୍ୟ ଭୂମି ଭାରତବର୍ଷର ସନାତନ ସଂସ୍କୃତି ବିଶ୍ୱବାସୀ ପାଇଁ ଏକ ଅନବଦ୍ୟ ଦାନ। ଆଧ୍ୟାତ୍ମିକ ଚେତନା…

୩ ଜୁନ ବିଶ୍ବ ସାଇକଳ ଦିବସ ଅବସରରେ ସାଇକେଲ ରାଲି

Posted by - June 3, 2022 0
କେସିଙ୍ଗା:(ପୀତେଶ ପଟେଲ)ଆଜି ୩ ଜୁନ ବିଶ୍ବ ରେ ସାଇକଲ ଦିବସ ରୁପେ ପାଳନ କରାଯାଏ।ବିଶ୍ଵ ସାଇକଲ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେସିଙ୍ଗା ୟୁଥ୍…

କାର୍ତ୍ତିବ୍ୟରେ ରହି ଅସହଯୋଗ ଆନ୍ଦୋଳନ ରେ ତାଲପାଲି ଡାକ୍ତର ଖାନା ର ଆୟୂଷ ଡାକ୍ତର

Posted by - October 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗାଇସିଲେଟ ବ୍ଲକ ର ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମଧ୍ୟ ଅସହଯୋଗ ଆନ୍ଦୋଳନ ରେ…

Leave a comment

Your email address will not be published.