ଓଡ଼ିଶା ଉପରେ ‘ଲିକୁଇଡ୍‌ ଗ୍ୟାଙ୍ଗ୍‌’ର ଆଖି: ଠକିନେଲେ ୮୭ ଲକ୍ଷ

20994 4,929

କଳା ରଙ୍ଗରେ ବୋଳା କାଗଜରେ ଲିକୁଇଡ୍ ଢାଳିଦେଲେ ନୋଟ ପରିବର୍ତ୍ତନ ହେଇଯାଇଛି। ଏମିତି କାରସାଦିରେ ଦେଢ଼ କୋଟି ଟଙ୍କା ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ବାରିପଦାର ଜଣେ ଠିକାଦାରଙ୍କୁ ଠକିଦେଲେ ସୁଇଜରଲାଣ୍ତର ‘ଲିକୁଇଡ୍‌ ଗ୍ୟାଙ୍ଗ’। ଫେସ୍‌ବୁକ୍‌ରେ ଅରୁଣାଚଳ ପ୍ରଦେଶର ଯୁବତୀଙ୍କ ମାଧ୍ୟମରେ ସମ୍ପର୍କ ଯୋଡ଼ି ୮୭ ଲକ୍ଷ ଟଙ୍କା ଲୁଟିନେଇଥିବା ଏହି ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ। ଦୁଇଜଣ ହେଲେ, ବିହାର ଜାହାନାବାଦ୍‌ ଜିଲ୍ଲାର ବିନୋଦ କୁମାର ସି˚ହ ଏବ˚ ବୈଶାଳୀ ଜିଲ୍ଲାର ସଞ୍ଜିବ କୁମାର।

Facebook Notice for EU! You need to login to view and post FB Comments!

Related Post

There are 4,929 comments