ସୁପ୍ରସିଦ୍ଧ ଶୈବପୀଠ ବାବା ସୋମନାଥଙ୍କ ଭିଡିଓ କ୍ୟାସେଟ ଉନ୍ମୋଚିତ

349 0

ଭୁବନେଶ୍ବର:ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡିଆ ପାଣି ନେଇ ବିଭିନ୍ନ ଶୈବଠୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳଲାଗି କରିଥାନ୍ତି । ହେଲେ ଅଦୃଶ୍ୟ ମହାମାରୀ କରୋନା ଭୁତାଣୁ ଯୋଗୁ ସବୁକିଛି ଓଲଟପାଲଟ ହୋଇଯାଇଛି । ସାଧାରଣଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସରକାର ଶ୍ରାବଣମାସର ପ୍ରଥମସୋମବାର ଦିନ କଟକଣା ଲଗାଯାଇଛି । ଯାହାଫଳରେ କାଉଡିଆ ଭକ୍ତମାନଙ୍କ ମଧ୍ୟରେ ନୈରାଶଭାବ ସୃଷ୍ଟି ହୋଇଥିବା ବେଳେ ବାରଙ୍ଗ ଅଂଚଳର ଶୈବପୀଠ ଗୁଡିକ ଖାଁଖାଁ ଦେଖିବାକୁ ମିଳିଛି । ତେବେ ପୁର୍ବପ୍ରସ୍ତୁତି ଯୋଜାନା ମୁତାବକ ରାଜଧାନୀ ଉପକଣ୍ଠ ବାରଙ୍ଗତଥା ପଟିଆ ଅଂଚଳର ସୁପ୍ରସିଦ୍ଧ ଶେବପୀଠ ବାବା ସୋମନାଥଙ୍କ ମହିମାପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଶ୍ରାବଣମାସ ଉପଲକ୍ଷେ ନିର୍ମିତ ହୋଇଥିବା ସୋମନାଥ ଯିବା ହେଲାଣି ଡେରି ଭିଡିଓ କ୍ୟାସେଟ ସୋମବାରଦିନ ଉନ୍ମୋଚନ ହୋଇଯାଇଛି ।

ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡା,ଶିଳ୍ପପତି ଅର୍ଜ୍ଜୁନମହାରଣା,ଆଇନଜିବୀ ସମରେନ୍ଦ୍ରସାହୁ,ସାମ୍ବାଦିକ ତ୍ରିଲୋଚନ ରାଉତ,ନାରୀଜାଗରଣମଂଚର ସଭାନେତ୍ରୀ ଝୁନାରାଉତ ,ନନ୍ଦନକାନନଥାନା ଏସ୍‌ଆଇ ବିଜୟ କୁମାରଦାସ,ସୋମନାଥସେନାର ଉପଦେଷ୍ଟା ଯୁଧିଷ୍ଠିର ମହାରଣା ଓ ସୁବ୍ରତକୁମାରଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହିଅବସରରେ ନାରୀଜାରରଣମଂଚ ପକ୍ଷରୁ ବାରଙ୍ଗପ୍ରେସକ୍ଲବ ଓ କଳିଙ୍ଗସାମ୍ବାଦିକସଂଘର ସଦସ୍ୟମାନଙ୍କୁ ମାନପତ୍ର ସହ ଉପଢୈକନ ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା ।

Related Post

ପର୍ଶୁରାମ ସେନା ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ

Posted by - November 9, 2022 0
ଧର୍ମଗଡ଼  : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ପର୍ଶୁରାମ ସେନା ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶୀତବସ୍ତ୍ର ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…

କାନାରା ବିଦ୍ୟାଜ୍ୟୋତି ଯୋଜନାରେ ୬ ଜଣଙ୍କୁ ସ୍କୋଲାରସିପ

Posted by - January 25, 2022 0
ମାଲକାନଗିରି :(ଅବଦୁଲ ଗନି) ମାଲକାନଗିରି କାନାରା ବ୍ୟାଙ୍କ ପକ୍ଷରୁ 6ଜଣ ଅନୁସୂଚିତ ଜନଜାତିର ଛାତ୍ରୀଙ୍କୁ ବିଦ୍ୟାଜ୍ୟୋତି ଯୋଜନାରେ ସ୍କୋଲାରସିପ ପ୍ରଦାନ କରାଯାଇଛି। ଏମଭି 16 ବିଦ୍ୟାଳୟ ପରିସରରେ…

ରମାଦେବୀ ଙ୍କ ୧୨୧ତମ ଜୟନ୍ତୀ ପାଳିତ

Posted by - December 5, 2019 457
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସେଵା, ସଂଗ୍ରାମ ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ମାଆ ରମା ଦେବୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ବରୀ ବ୍ଲକ ଅନ୍ତର୍ଗତ ମେଦୁଆକୁଳ ସ୍ଥିତ ଅଜାଣବନ…

ଧର୍ମଶାଳାର ପୂର୍ବତନ ବିଧାୟକ ଗୁରୁଚରଣ ଟୀକାୟତଙ୍କ ପତ୍ନୀ ବିୟୋଗ

Posted by - April 29, 2020 53
ଭୁବନେଶ୍ବର:୨୯/୪ ଯାଜପୁର ଜିଲ୍ଲାର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ରାଜା ସାହେବ ଗୁରୁଚରଣ ଟୀକାୟତଙ୍କ ପତ୍ନୀ ରାଣୀ ସୂଚାରୁ ମଞ୍ଜରୀଙ୍କ ବିୟୋଗରେ ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ଗଭୀର…

Leave a comment

Your email address will not be published.