ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ,ମୁଖ୍ୟମନ୍ତ୍ରୀ ଙ୍କ ଶୋକ

358 0

ଭୁବନେଶ୍ବର :ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି । ଜୁନ୍ ୨୨ ତାରିଖ ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇ ଥିଲା। ଏହା ପରଠାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା।ରାଜ୍ୟସଭାକୁ ବିଜେଡି ସାଂସଦ ଭାବେ ସେ  ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ଜିଲ୍ଲାରୁ ୬ ଥର ବିଧାୟକ ହୋଇଥିଲେ ବିଷ୍ଣୁ ଦାସ ।ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ।

ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳମତ ନିର୍ବିଶେଷର ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ପରଲୋକଗତ ଆତ୍ମାର ସଦ୍‍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Related Post

ଜୁଲାଇ ମାସ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ

Posted by - June 16, 2022 0
ଭୁବନେଶ୍ଵର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ଜୁଲାଇ ମାସ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ତ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ…

ସାମ୍ବାଦିକ ଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ, ଜିଲ୍ଲା ଉପସଭାପତି ଓ ରାଜ୍ଯ ସଭାପତି ମାଗିଲେ କ୍ଷମା

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କିଛି ରାଜନୈତିକ ନେତା ମାନେ ଶସ୍ତା ଲୋକପ୍ରିୟତା ହାସଲ ଉଦ୍ଧେଶ୍ୟରେ ଅବାନ୍ତର, ଓ ଆପତ୍ତିଜନକ ଜନକ ମନ୍ତବ୍ୟ ଦେଇ ବିଭିନ୍ନ ସମୟରେ ନିଜ ତଥା…

ନିୟମଗିରି ଝରନିଆ ଓ ଡଙ୍ଗରିଆ କନ୍ଧ ଙ୍କ ଉତ୍ପାଦିତ ସପୁରି ପଣସ ର ଅଭାବି ବିକ୍ରି : ମିଲୁନି ଉଚିତ ମୁଲ୍ୟ l

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନିୟମଗିରି ପାହାଡ଼ ର ଜଙ୍ଗଲରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ଵ ଗାଁ…

କ୍ୱାରେଣ୍ଟିନ୍ ଗୃହ ରୁ ଶତାଧିକ ଗୁଜୁରାଟ ଫେରନ୍ତା ଫେରାର ପରେ କଠୋର ହେଲେ ଓଡିଶା ସରକାର

Posted by - May 3, 2020 0
ଭୁବନେଶ୍ବର :ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଞ୍ଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ…

Leave a comment

Your email address will not be published.