Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ସୁସ୍ଥ ଲୋକଙ୍କ ୨୪ ଘଣ୍ଟା ନ ପୁରୁଣୁ ହେଉଛି ମୃତ୍ୟୁ ,ଆଦୌ ଅଣଦେଖା କରନ୍ତୁ ନାହିଁ,ପଢନ୍ତୁ ଏହି ରିପୋର୍ଟ

1296 2

ଭୁବନେଶ୍ବର :ଯଦି ଅପଙ୍କ ଦେହରେ ସାମାନ୍ୟ କୋଭିଦ ର ଲକ୍ଷଣ ଦେଖା ଦେଉଛି ତେବେ ଟିକେ ମଧ୍ୟ ବିଳମ୍ବ କରନ୍ତୁ ନାହି, ତୁରନ୍ତ ପଦକ୍ଷେପ ନିଅନ୍ତୁ ।ରାଜ୍ୟରେ ସଙ୍ଗୀନ ହେଉଛି କରୋନା ସ୍ଥିତି । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ପହଞ୍ଚିଛି । ଏଥିମଧ୍ୟରୁ ୨୮୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।ଯଦି ଆପଣଙ୍କ ନିକଟରେ କରୋନା ବା କୋଭିଡ୍‌-୧୯ ର ସାମନ୍ୟତମ ଲକ୍ଷଣ ବି ଦେଖା ଦେଉଛି, ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ।କାରଣ ଭାରତ ରେ ଲକ୍ଷଣ ବିହୀନ ରୋଗୀ ଙ୍କ ମାତ୍ରା ଅଧିକ।ତେଣୁ ବ୍ୟକ୍ତି କୋରନା ଆକ୍ରାନ୍ତ ହେଲା ପରେ ମଧ୍ୟ ତା ଦେହରେ ଥିବା ପ୍ରତିରୋଧକ ଶକ୍ତି ବହୁ ଦିନ ଧରି କୋରନା ଭୁତାଣୁ ସହ ଲଢ଼ି ଥାଏ।ଯେବେ କ୍ରମଶଃ ଆକ୍ରାନ୍ତ ବ୍ୟକ୍ତି ର ପ୍ରତିରୋଧକ ଶକ୍ତି ହ୍ରାସ ପାଇ ଥାଏ, ସେତେବେଳେ କୋରନା ଭୁତାଣୁ ବ୍ୟକ୍ତି କୁ ନିଜ ଅଧିନ କୁ ନେଇଯାଇ ଥାଏ।ତେଣୁ ରୋଗୀ ବଞ୍ଚିବା ଅସମ୍ଭବ ହୋଇଥାଏ।ଏହି ପ୍ରକ୍ରିୟା ଶେଷ ମୁହୂର୍ତ୍ତରେ ଜଣା ପଡିଥାଏ ଏବଂ ବ୍ୟକ୍ତି ପାଖରେ ସମୟ ନ ଥାଏ।

ଅନ୍ୟ ପକ୍ଷରେ ଶ୍ବାସଜନିତ ଅସୁବିଧା ନ ଥାଇ କେତେକ କୋଭିଡ୍-୧୯ ଆକ୍ରାନ୍ତଙ୍କ ଠାରେ ‘ହାପି ହାଇପୋକ୍ସିଆ’ ଲକ୍ଷଣ ଦେଖାଯିବାର କାରଣ ବୈଜ୍ଞାନିକମାନେ ଜାଣିପାରିଛନ୍ତି। ଶରୀରରେ ଅମ୍ଳଜାନ ପରିମାଣ ଖୁବ୍ କମିଯାଇ ଜୀବନ ପ୍ରତି ବିପଦ୍ ସୃଷ୍ଟି କରିବା ସ୍ଥିତିକୁ ‘ହାପି ହାଇପୋକ୍ସିଆ’ ବା ‘ସାଇଲେଣ୍ଟ୍‌ ହାଇପୋକ୍ସିମିଆ’ କହନ୍ତି।ତେବେ ଗୋଟିଏ କଥା ଧ୍ୟାନ ରେ ରଖିବା ଉଚିତ ଯଦି ଆପଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦିଏ ତେବେ ଏହାକୁ ଲୁଚାଇବାର ଅପଚେଷ୍ଟା କରି ନିଜ ଜୀବନକୁ ବିପଦମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି ଆଜି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

 

Related Post

ଘରପଟ୍ଟା ପାଇବା ନିମନ୍ତେ ତହସିଲଦାରଙ୍କୁ ଆବେଦନ କଲେ ଭାଲୁପାଲି ହରିଜନ ପଡାବାସି

Posted by - July 23, 2022 0
ସମ୍ବଲପୁର/ବରଗଡ/ ଅତାବିରାତା:(୨୩/୭)ବରଗଡ ଜିଲ୍ଲା ଅତାବିରା ହେଉଛେ ଏକ କୃଷି ପ୍ରଧାନ ସହର ।ପ୍ରାୟତଃ ଏଠାକାର ସମସ୍ତ ସ୍ଥାନରେ କେନାଲ ପାଣି ପହଞ୍ଚୁଥିବା ଏବଂ ଆନ୍ଧ୍ର ପ୍ରଦେଶରୁ ଚାଲିଆସି…

ହରଭଙ୍ଗା 5T ନୋଡାଲ ବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Posted by - November 6, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା 5T ନୋଡାଲ ବିଦ୍ୟାଳୟ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହରଭଙ୍ଗା ଶାଖା ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି!ଶାଖା…

ରେଳ ବିଭାଗ ପକ୍ଷରୁ ନୂଆ ଷ୍ଟାର୍ଟଅଫ ମାନଙ୍କୁ ଆହ୍ୱାନ

Posted by - June 20, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ର ସମ୍ବଲପୁର ଡିଭିଜନ ଡିଆରଏମ ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ…

ଯୁକ୍ତ ଦୁଇ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ହେଲେ ସମ୍ଭାବନା ସାହୁ

Posted by - September 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ର ପରୀକ୍ଷା ଫଳ। ଏଥିରେ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ମା ତାରିଣୀ ଯୁକ୍ତ ଦୁଇ…

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ବି ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାର୍ଡ

Posted by - April 17, 2019 64
ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ…

There are 2 comments

  1. Pingback: บาสเอ็นบีเอ

Leave a comment

Your email address will not be published.