ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି। ରାଜନୈତିକ ପ୍ରତିଶୋଧ ଲାଗି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି। ଯେଉଁ ଲୋକମାନେ ଦୁର୍ନୀତିରେ ଅଛନ୍ତି ସେମାନଙ୍କୁ ସିବିଆଇ ଧରୁ, କିନ୍ତୁ ନିର୍ଦ୍ଦୋଷଙ୍କୁ ନୁହେଁ। କିଛି ମାସ ପୂର୍ବରୁ ସିବିଆଇ ଜଣେ ହାଇକୋର୍ଟ ବିଚାରପତିଙ୍କ ଘରେ ପଶି ଯାଇଥିଲା। ଓଡ଼ିଶାରେ ସିବିଆଇ ରାଜନୈତିକ ଅସ୍ତ୍ର ପାଲଟି ବିଜୁ ଜନତା ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି ବୋଲି ଲୋକସଭାରେ ନିଜର ବକ୍ତବ୍ୟ ରଖି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସିବିଆଇ ଉପରେ ବର୍ଷିଥିଲେ।ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି, ‘ସର୍ବୋଚ୍ଚ ସଂସ୍ଥାଗୁଡ଼ିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରକାର । ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତ୍ତମାନ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ହଠାତ କାର୍ଯ୍ୟାନୁଷ୍ଠାନ ଅଣପେସାଦାର ମନୋଭାବକୁ ଦର୍ଶାଉଛି ।’

From some point on, I am preparing to build my site while browsing various sites. It is now somewhat completed. If you are interested, please come to play with baccaratcommunity !!