କଳାମାଟିଆ ପଂଚାୟତର ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

423 0

ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଂଚାୟତରେ ୮ଟିରୁ ଉର୍ଦ୍ଧ ସଂଗରୋଧ କେନ୍ଦ୍ର ଖୋଲା ଯାଇଛି । ଏ ସବୁ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅନ୍ତବାସୀଙ୍କ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି । କାଇପଡା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଂଗରୋଧ କେନ୍ଦ୍ରର ଅନ୍ତବାସୀମାନେ ଏନେଇ ଫାଟକ ନିକଟରେ ପ୍ରତିବାଦ୍ କରିଥିବ ଦେଖିବାକୁ ମିଳିଛି । ସକାଳେ ମିଳିଥିବା ଅନ୍ତବାସୀଙ୍କୁ ଚୂଡା ସଂନ୍ତୁଳାରେ ନିମ୍ନମାନର ଚୂଡା ଦିଆଯାଇଥିବା ଅଭିଯୋଗ ହୋଇଛି । ମଧ୍ୟାହ୍ନ ଖାଦ୍ୟ ବିଳମ୍ବରେ ଦିଆଯାଉଥିବାରୁ ଅନ୍ତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସବୁ ଖାଦ୍ୟକୁ ଅନ୍ତବାସୀମାନେ ରାସ୍ତା ଉପରେ ରଖି ପ୍ରତବାଦ୍ କରିଥିବା ଜଣାପଡିଛି । ଖବର ପାଇ ବରୀ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରି ଖାଦ୍ୟ ଖାଇବାକୁ ଅର୍ନ୍ତବାସୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଅନ୍ତବାସୀମାନେ ଦିଆଯାଇଥିବା ଖାଦ୍ୟ ଗ୍ରହଣ କରି ନଥିଲେ ।

ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତିବ୍ରତର ହୋଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କୋଭିଡ ୧୯ ରେ ଆସିଥିବା ଅର୍ଥକୁ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ମିଳିମିଶି ଅପ ବ୍ୟବହାର କରୁଥିବା ପ୍ରତିବାଦ କାରୀମାନେ କହିଛନ୍ତି ।ଏ ସଂକ୍ରାନ୍ତରେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଆମ ପାଖରେ ଏ ବିଷୟରେ କୈାଣସି ଖବର ଅଭି÷ଯୋଗ ପହଂଚି ନାହିଁ । ଅଭିଯୋଗ ପହଂଚିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଚି ଥିଲାବେଳେ ବ୍ଲକ ପ୍ରଶାସନ ପାଖରେ ଏ ଖବର ନ ପହଂଚିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅପରପକ୍ଷେ କଳାମାଟିଆ ସରପଂଚ ସମିର ମଲ୍ଲିକଙ୍କୁ ପଚାରିବାରୁ ସେ କୁହନ୍ତି ସରକାରୀ ନିୟମ ଅନୁଶାରେ ଅନ୍ତବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ।

Related Post

ହାଡ଼ଭଙ୍ଗା ଶୀତର ପ୍ରକୋପ ପରେ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

Posted by - December 28, 2021 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର ଦେଶରେ ହାଡ଼ଭଙ୍ଗା ଶୀତର ଲହରୀ ଜାରି ରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀ ସମେତ କିଛି…

ସ୍ୱାମୀଙ୍କ ମଙ୍ଗଳ କାମନା କରି ପାଳନ କଲେ “ସାବିତ୍ରୀ ବ୍ରତ”

Posted by - June 10, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସ୍ୱାମୀ ମାନଙ୍କ ର ମଙ୍ଗଳ କାମନା କରି ଆଜି ପୁରପଲ୍ଲୀରେ ସଧବା ନାରୀମାନଙ୍କ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ…

ନାମାଙ୍କନ ପତ୍ର ଦାଖଲ ଶେଷ,ଯାଜପୁର ପୌରପରିଷଦରେ କ୍ଲିନ୍ ସୁଇପ ଲକ୍ଷ୍ୟରେ ବିଜେଡି

Posted by - March 8, 2022 0
ଯାଜପୁର ଅଫିସ :ପୌର ନିର୍ବାଚନ ପାଇଁ ବିଭିନ୍ନ ସହରରେ ରାଜନୀତି ଉଷ୍ଣତା ବାତାବରଣରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।ଏହି ଅବସରରେ ଯାଜପୁର ପୌରପରିଷଦ ରେ…

କରୋନାର ବର୍ଷେ ପରେ ଜନ୍ମ ହୋଇଥିବା ଶିଶୁକନ୍ୟା ଦେହରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି

Posted by - March 19, 2021 0
ନୂଆଦିଲ୍ଲୀ: ସାରା ବିଶ୍ୱକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି।…

Leave a comment

Your email address will not be published.