Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଡକାୟତି ଉଦ୍ୟମ ପଣ୍ଡ,ମାରଣାସ୍ତ୍ର ସହ ୬ ଡକାୟତ ଗିରଫ.

314 0

ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ପଛପାଖ ମଳିହାପଡିଆରେ ବସି ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ହାତରେ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି । ପୋଲିସ କହିବା ଅନୁସାରେ ଅନୁଗୁଳ ଥାନା ଏସ.ଆଇ. ପ୍ରକାଶ ଚନ୍ଦ୍ର ମାଝୀ ୨୫ ତାରିଖ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୬ରୁ ୭ ଜଣ ଡକାୟତ ମଳିହାପଡିଆରେ ବସି କିଛି ଯୋଜନା କରୁଥିବା ଖବର ପାଇ ଚଢାଉ କରିଥିଲେ ।

ଚଢାଉ ବେଳେ ପୋଲିସ ୬ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲା ।ସେମାନଙ୍କୁ ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଦୁଇଟି ଛୁରି , ଗୋଟିଏ କଟୁରି , ଲୁହା ରଡ , ଗୋଟିଏ ବୁଲେଟ ମୋଟରସାଇକେଲ , ଗୋଟିଏ ହୋଣ୍ଡା ସାଇନ ମୋଟରସାଇକେଲ , ୫ ଟି ମୋବାଇଲ ଫୋନ ଓ ୩୬୯୦ ଟଙ୍କା ଜବତ କରାଯାଇଥିଲା । ସେମାନେ ଅନୁଗୁଳ ସହରରେ ଡକାୟତି ଯୋଜନା କରୁଥିବା ଜାଣିବାକୁ ପାଇ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଭାଲୁଆଗାଡିଆର ସଂଗ୍ରାମ ନାଏକ , ଖଲାରିର ସୌମ୍ୟ ରଞ୍ଜନ ପ୍ରଧାନ l

Related Post

ବନ୍ଧୁକ ତିଆରି ଅଭିଯୋଗରେ ଜଣେ ଗିରଫ,ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ

Posted by - July 4, 2021 0
ନବରଙ୍ଗପୁର:(  ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ରାଇଘର ପୋଲିସ କୁ ମିଳିଛି ବଡ଼ ସଫଳତା । ଆଜି କୌଣସି ସୂତ୍ର ରୁ…

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ପଣିବନ୍ଧ ବୋମାମାଡ଼ ଘଟଣା; ଦୁଇ ଅଭିଯୁ୍କ୍ତକୁ ଗିରଫ କଲା ପୋଲିସ୍

Posted by - November 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ପଣିବନ୍ଧ ଗ୍ରାମରେ ଘଟିଥିବା ବୋମାମାଡ଼ ଘଟଣାରେ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୋଲିସ୍…

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ

Posted by - August 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ମଂଗଳପୁର ଥାନା କୟାଁ ପଂଚାୟତର ଦରଭା ଗାଁରେ ଗୋଚର ଜମିରେ ମନ୍ଦୀର ନିର୍ମାଣ କୁ କେନ୍ଦ୍ରକରି ଘଟିଥିବା ଗୋଷ୍ଠୀ ସଂଘର୍ଷ…

ମାର୍କଣ୍ଡପୁର ଠାରେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ

Posted by - April 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା…

Leave a comment

Your email address will not be published.