ବଡବିଲ ଉପ କାରାଗାରରେ ଜଣେ ମହିଳା ଅଭିଯୁକ୍ତ ର ଆତ୍ମହତ୍ୟା

745 0

ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାର ରେ ଜଣେ ବିଚାରାଧୀନ ମହିଳା ଅନ୍ତେବାସୀ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ ମହିଳା ହେଲେ ସବିତା ମୁଣ୍ଡା ଯେକି ଏକ ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ଭାବରେ ଗତ ମେ ମାସ ୧୬ ତାରିଖରୁ ଜେଲ ରେ ଥିଲେ।ଆଜି ସକାଳ ପ୍ରାୟ ୧୦ ଟା ବେଳେ ଜଳଖିଆ ଖାଇବା ପରେ ସବିତା ଙ୍କୁ କିଛି ସମୟ ପାଇଁ ଖୋଲା ରେ ଛଡ଼ାଯାଇଥିଲା।କିଛି ସମୟ ପରେ ଖୋଜିବା ରେ ତାଙ୍କୁ ଜେଲ ଭିତରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏଠାରେ ଭିଡିଓ ଦେଖନ୍ତୁ 

ଗତ କିଛିଦିନ ଧରି ସବିତା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବା ଜେଲ ର କର୍ମଚାରୀ ମାନେ କହୁଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।ତେବେ ଖବର ପାଇ ବଡ଼ବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ଅନ୍ୟମାନଙ୍କ ମଧ୍ୟରେ ବଡ଼ବିଲ ତହସିଲଦାର ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି।ମୃତ ମହିଳା ଙ୍କ ଘର ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହି ରେ ହୋଇଥିବା ବେଳେ ସେ ଗତ ମେ ମାସ ୯ ତାରିଖରେ ଡାହାଣୀ ସନ୍ଦେହରେ ନିଜର ସମ୍ପର୍କୀୟ ଶାଶୁ ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Related Post

ବାଇକ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ

Posted by - May 25, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ): ସୁବର୍ଣ୍ଣପୂର ଜିଲ୍ଲା ଖାରି- ବଇରଖମନ୍ ରାସ୍ତା ମଧ୍ୟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ । ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା…

ରାଇଘର ପାରୁଆ ମନ୍ଦିରରୁ ଚୋରି

Posted by - January 14, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଚୋରମାନଙ୍କର ଚୋରି ପେଶା ଦିନକୁ ଦିନ ବଢ଼ିବାକୁ ଲାଗିଛି। ୫ ମାସ ଭିତରେ3 ରାଇଘର ସଦରମହକୁମାର ଚାରି ଚାରିଟି…

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Posted by - August 29, 2022 0
ବୌଦ୍ଧ:୨୯ା୮ : (ଚିତ୍ତରଂଜନସିଂ)ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…

ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Posted by - August 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରି)  ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମଝିପଡ଼ା ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ…

Leave a comment

Your email address will not be published.