ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍ ଉଦ୍ଘାଟନ କରିଛନ୍ତି.ଏହି ମହାଅଧିବେଶନରେ ଆମାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ । ଜନଜାତିଙ୍କ ସୁରକ୍ଷା, ଅଧିକାର, ସମସ୍ୟା କେନ୍ଦ୍ର ସରକାର ଗ୍ରହଣ କରିଥିବା ଯୋଜନା ସଂପର୍କରେ ମହାଅଧିବେଶନରେ ଆଲୋଚନା । ଏଥିରେ ସମଗ୍ର ଭାରତରୁ ୭୦ ଜଣ ସାଂସଦ, ୬୦ ଜଣ ପୂର୍ବତନ ସାଂସଦ, ବିଧାୟକ, କର୍ପୋରେଟର ଓ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ୍ ହୋଇଛନ୍ତି
ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ଓ ସୁରକ୍ଷା ପାଇଁ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।