ରାସ୍ତା କାମ କୁ ନେଇ ଦଳିତ ଯୁବକ କୁ ଧମକ , ମାମଲା ରୁଜୁ କଲା ପୋଲିସ

424 0

ଯାଜପୁର୨୪/୦୬(ଦ.ପ୍ରି) – ବାଲିଚନ୍ଦ୍ର ପୁର ଥାନା ଅର୍ନ୍ତଗତ ବାଲିପଡିଆ ଗ୍ରାମ ପଞ୍ଝାୟତ ତିଗିରିଆ ରେ ଏକ ରାସ୍ତା କାମ କୁ କେନ୍ଦ୍ର କରି ବାଲିପଡିଆ ଗ୍ରାମ ର ଗୈାରହରୀ ତ୍ରିପାଠି ଙ୍କ ପୁଅ ସୁବାସ ତ୍ରିପାଠି ଏବଂ ଦେକୁଡି ଗ୍ରାମ ର ଫକିର ପାତ୍ର ଙ୍କ ପୁଅ ସଞ୍ଜୟ ପାତ୍ର ତିଗିରିଆ ଗ୍ରାମ ର ଦଳିତ ଯୁବକ ପ୍ରମୋଦ ମଳିକ ଙ୍କୁ ଗାଲିଗୁଲଜ ଓ ବାଡାପିଟା କରିବା ସହିତ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଇଥିବା ଥାନା ରେ ଅଭିଯୋଗ କରିଥିଲେ ।

ସୁଚନାମୁତାବକ ତା ୨୩/୦୬/୨୦୨୦ରିଖ ଦିବା ୩.୩୦ ମିନିଟ ରେ ପ୍ରମୋଦ ନିଜ ଘର ନିକଟ ରେ ଥିବା କେନାଲବନ୍ଧ ଉପରକୁ ଯାଉଥିବା ସମୟ ରେ ସୁବାସ ତ୍ରିପାଠି ଓ ସଞ୍ଜୟ ପାତ୍ର ପ୍ରମେଦ ଙ୍କ ନିକଟ ରେ ପହଂଚି ଗାଳିଗୁଲଜ ଓ ମାଡପିଟ କରିବା ସହିତ ରାସ୍ତା କାମ କଲେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଇ ତାଙ୍କ ପକେଟ ରୁ ୧୧୦ ଟଙ୍କା ଛଡାଇ ନେଇଥିଲେ । ଏହି ଘଟଣା କୁ କେନ୍ଦ୍ର କରି ପ୍ରମୋଦ ବାଲିଚନ୍ଦ୍ର ପୁର ଥାନା ରେ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ କୁ ଭିତି କରି ବାଲିଚନ୍ଦ୍ର ପୁର ଥାନା ପକ୍ଷ ରୁ ସୁବାସ ତ୍ରିପାଠି ଓ ସଞ୍ଜୟ ଙ୍କ ନାମ ରେ ଧାରା ୩୪୧,୩୨.୨୯୪,୫୦.୩୭୯,୩୪ଆଇପିସି,୩(୧),୩(୨) ଏସି ଏସଟି ଆକ୍ଟ ରେ କୋ ନମ୍ବର ୧୫୨/୨୦ ରେ ମାମଲା ରୁଜୁ କରାଯାଇଛି ।

Related Post

ଚୋର ମଦ ଚାଲାଣ ବେଳେ ୧୬୦ ଲିଟର ଦେଶୀ ମଦ ଜବତ. ଜଣେ ବ୍ୟକ୍ତିଙ୍କୁ ଅଟକ

Posted by - June 13, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧନୀ ଉପକଂଣ୍ଠ ବାରଙ୍ଗ ଅଂଚଳରେ ଚୋର ମଦ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତି ସହିତ ଏକ ଅଟୋ କୁ ଜବତ କରିଛି…

ବାରିପଦା ପୋଲିସକୁ ସଫଳତା,ପୋଲିସ କବ୍ଜାରେ ଦୁଇ ଚେନଲୁଟେରା

Posted by - November 19, 2019 0
ବାରିପଦା:ଚୋରାସୁନା କିଣୁଥିବା ଜଣେ ଗହଣା ଦୋକାନୀ। ଉଦଳା ଥାନା ଅଞ୍ଚଳରେ ଗତ ୫ତାରିଖରେ ହେଇଥିବା ଚେନଲୁଟ ଘଟଣାରେ ସମ୍ପୃକ୍ତ ଦୁଇ ଚେନଲୁଟେରା ସହିତ ଲୁଟସୁନା କିଣୁଥିବା ଜଣେ…

ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଥାନାରେ ଅଭିଯୋଗ

Posted by - June 10, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାତମ୍କ ଆକ୍ରମଣ ହୋଇଥିବା ନେଇ ହରଭଙ୍ଗା ଥାନାରେ ଲିଖିତଭାବେଅଭିଯୋଗ ହୋଇଥିବା ଜଣାପଡିଛି…

ଟିଟିଲାଗଡ଼ ବେଲପଦର ରେଳ ଧାରଣା ନିକଟରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର – ମୃତ୍ୟୁ ହେଲା କିପରି ?

Posted by - January 27, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ରାୟପୁର ରେଳଲାଇନରୁ ବେଲପଦର ଗ୍ରାମ ନିକଟରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଟିଟିଲାଗଡ଼ ରେଳବାଇ ପୋଲିସ । ତେବେ ରେଳ ଲାଇନ…

ବେଆଇନ ବନ୍ଧୁକ ତିଆରି ଆଡ୍ଡା ରେ ଚଢାଉ ୨ ଗିରଫ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ପୋଲିସ କୁ ମିଲିଛି ବଡ ସଫଳତା । ଜୁଯୋମୁରା ପୋଲିସ ବାସୁପାଲି ଗ୍ରାମରେ ଚାଳିଥିବା ବେଆଇନ ଦେଶୀ ବନ୍ଧୁକ ତିଆରି ଆଡ୍ଡା…

Leave a comment

Your email address will not be published.