Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଛଟେଇ ଓ ବହିଷ୍କୃତ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସିଆଇଟିୟୁର ବିକ୍ଷୋଭ

336 0

ବଡ଼ବିଲ:(ସୀତାରାମ ଦୀକ୍ଷିତ) ବନ୍ଦ ଖଣି ଗୁଡ଼ିକୁ ତୁରନ୍ତ ଚାଲୁ କରିବା ସହ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ଯୋର ଧରିଛି । ଏନେଇ ଶ୍ରମିକ ସଂଗଠନ ସିଆଇଟିୟୁ ଅନୁବନ୍ଧିତ କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ଶତାଧିକ ଖଣି ଶ୍ରମିକ ଆଜି ପୂର୍ବାହ୍ନରେ ବଡ଼ବିଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ନୂତନ ଖଣି ନିୟମ ମୁତାବକ ଖଣି ନିଲାମ ପରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ପ୍ରାୟ ୧୦ ହଜାର ଶ୍ରମିକ ନିଜର ରୋଜଗାର ହରାଇ ବସିଛନ୍ତି ।

ପୁରୁଣା ଖଣି ମାଲିକ ଶ୍ରମିକ ମାନଙ୍କୁ ଛଟେଇ କରିବା ସହ ଅନେକଙ୍କୁ ବହିଷ୍କୃତ ମଧ୍ୟ କରିଛନ୍ତି । ନିଲାମ ଧରିଥିବା ନୂଆ ଖଣି ମାଲିକ ଏଯାଏଁ ଖଣି କାର୍ଯ୍ୟ ଆରମ୍ଭ କରପାରିିନାହାନ୍ତି । ଫଳରେ ମାର୍ଚ୍ଚ ୩୧ ତାରିଖ ପରଠାରୁ ଖଣି ଗୁଡ଼ିକ ଉତ୍ପାଦନ ନିମନ୍ତେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏମିତିରେ ରୋଜଗାରକୁ ନେଇ ଆଶା ଆଉ ଆଶଙ୍କା ମଧ୍ୟରେ ରହିଛନ୍ତି ହଜାର ହଜାର ଖଣି ଶ୍ରମିକ । ଶ୍ରମିକଙ୍କ ଦାବିକୁ ସରକାର ତୁରନ୍ତ ମାନିନେଇ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ସିଆଇଟିୟୁ ପକ୍ଷରୁ ଦାବି କରାଯାଇଛି ।

Related Post

ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା ।

Posted by - May 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ…

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଆସୋସିଏସନ ଟିଟିଲାଗଡ଼ ଶାଖାର ହୋଟେଲ ୟସଠାରେ ବୈଠକ

Posted by - June 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ସୋମବାର ସନ୍ଧ୍ୟା ୬ ଟା ସମୟରେ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଓୟୁଜେ ସଂଘ ଟିଟିଲାଗଡ ଶାଖାର ଏକ ବୈଠକ ଅନୁଷ୍ଠିତ…

ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Posted by - July 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଭାରତ ବର୍ଷର ଲାଲା ଲଜପତରାୟଙ୍କ ନେତୃତ୍ବରେ ପ୍ରତିଷ୍ଠିତ ଶ୍ରମିକ ସଂଗଠନ ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ଓଡିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡଂ…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

Leave a comment

Your email address will not be published.