Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଶେଷ ରେ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମ କୋର୍ଟ,ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ:-ପୁରୀ ଜିଲ୍ଲା ପ୍ରଶାସନ

2177 265

ନୂଆଦିଲ୍ଲୀ :ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ‌ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ।

ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।ଏ ନେଇ ପୁରୀଜିଲ୍ଲା ପ୍ରଶାସନ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମେତ କିଛି ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା। ଜିଲ୍ଳା ପ୍ରଶାସନ କହିଛନ୍ତି ଯେ, ଆମେ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ। ସମସ୍ତେ ମାସ୍କ ପିନ୍ଧି ରଥଯାତ୍ରା କାର୍ଯ୍ୟ ସମ୍ପାଦନ କରିବେ। ପ୍ରତ୍ୟେକ ବିଭାଗ କିପରି ସେମାନେ ନିଜର କାର୍ଯ୍ୟ କରିବେ ନେଇ ଆଲୋଚନା ହୋଇଛି। ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସଂପର୍କରେ ସୂଚନା ଦେଇଛନ୍ତି। ଏହାସହ ପୁରୀ ପ୍ରଶାସନ ପକ୍ଷରୁ ରଣଜିତ କୁମାର ନିଜର ପକ୍ଷ ରଖିଛନ୍ତି।

Related Post

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…

ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ

Posted by - July 25, 2020 5
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା  ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ । ଟିକିଏ ପବନ କି ବର୍ଷା ହେଲେ…

ଯାଜପୁର ବିଞ୍ଝାରପୁରରେ ବାଲିଘାଟକୁ ନେଇ ବୋମାମାଡ଼, ଜଣେ ମୃତ

Posted by - March 24, 2022 0
ଯାଜପୁର: ବାଲିଘାଟ ଲିଜକୁ ନେଇ ଯାଜପୁରରେ ଅଘଟଣ। ବାଲିଘାଟ ଲିଜକୁ ନେଇ ବଚସା ପରେ ବୋମାମାଡ଼। ବିଞ୍ଝାରପୁର ବଗମରା ବାଲିଘାଟରେ ଦୁର୍ବୁତ୍ତଙ୍କ ଦ୍ବାରା ବୋମାମାଡ଼ ହୋଇଛି। ଦୁର୍ବୁତ୍ତଙ୍କ…

ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ଗିରଫ ଦାବିରେ ଯୁବ କଂଗ୍ରେସର ରାସ୍ତାରୋକ

Posted by - January 18, 2021 0
କେଉଁଝର : ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଯୁବ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲେ।  କେଉଁଝର ଟାଉନ ଥାନା…

There are 265 comments

Leave a comment

Your email address will not be published.