ଭୁବନେଶ୍ବର:ବିଜେଡି ବିଜେପି କଂଗ୍ରେସ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗଦେଇ କେଜ୍ରିୱାଲ୍ କହିଛନ୍ତି ଓଡିଶାରେ ବିରୋଧୀ ନାହାନ୍ତି, ଏଠି ତିନି ଦଳର ଗଠବନ୍ଧନ ସରକାର ଚାଲିଛି । ଦିଲ୍ଳୀ ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଦିଲ୍ଲୀ ଯାଇ ସରକାରୀ ସ୍କୁଲ ବିୁଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି।ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବିଜେପି, ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି କେଜ୍ରିୱାଲ । କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଏହିଭଳି ରାଜନୈତିକ ଦଳମାନେ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି ।ଓଡ଼ିଶାରେ ମିଳିତ ମଞ୍ଚର ସରକାର ଚାଲିଛି । ବିଜେପି ପକେଟରେ ବିଜେଡି ଓ ବିଜେଡି ପକେଟରେ କଂଗ୍ରେସ । ନିର୍ବାଚନ ଆସିଲେ ଏମାନଙ୍କ ଗଠବନ୍ଧନ ମଜବୁତ୍ ହୋଇଯାଉଛି । ସେଥିପାଇଁ ୧୯ ବର୍ଷ ହେଲା ନବୀନ କ୍ଷମତାରେ ଅଛନ୍ତି ଏବଂ ବିରୋଧୀ ଦଳ ନାହିଁ ।
ସେ ଆହୁରି କହିଛନ୍ତି, “ଦିଲ୍ଲୀରେ ସରକାରୀ ସ୍କୁଲ ରେଜଲ୍ଟ ଘରୋଇ ସ୍କୁଲ ରେଜଲ୍ଟ ହାର ଠାରୁ ଅଧିକ। ଦିଲ୍ଲୀରେ ବିଜୁଳି ୟୁନିଟ ଦର ୧ ଟଙ୍କା, ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଁଥିଲେ ବି ୟୁନିଟ ୫ ଟଙ୍କା। ରାଜ୍ୟ ସରକାର ଆଜି ପୂରା ଖଣି ମାଫିଆଙ୍କ ଇସାରାରେ ଚାଲିଛନ୍ତି।”
ସେ କହିଛନ୍ତି, “ବିଜେଡି, ବିଜେପି ପକେଟ୍ରେ ରହିଛି। କଂଗ୍ରେସ୍, ବିଜେଡି ପକେଟ୍ରେ ରହିଛି। ଏଠାରେ ବିଜେଡିର ସରକାର ଚାଲିନାହିଁ। ଏଠାରେ ବିଜେପି, ବିଜେଡି ଓ କଂଗ୍ରେସର ମେଣ୍ଟ ସରକାର ଚାଲିଛି। ଏଠି କୌଣସି ବିରୋଧୀ ଦଳ ନାହିଁ। ସମସ୍ତେ ମିଳିମିଶି ଖାଉଛନ୍ତି। ପ୍ରତି ୫ ବର୍ଷରେ ଥରେ ଲୋକ ଦେଖାଣିଆ ନିର୍ବାଚନ ରେ ଭାଗ ନେଉଛନ୍ତି।