ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିିକଙ୍କୁ ୧୫୦୦ ଟଙ୍କା ପ୍ରଦାନ କରିବାକୁ ଓଡିଶା କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିଅନ ପକ୍ଷରୁ ଦାବୀ କରାଯାଇଛି । କୋରୋନା ସମୟରେ ଏହି ନିର୍ମାଣ ଶ୍ରମିକ ମାନେ ନାନା ହଇରାଣ ହରକତ ହୋଇଥିବା ବେଳେ ସହାୟତା ରାଶି ପ୍ରଦାନ ବେଳକୁ ନାନା ପାତର ଅନ୍ତର ହେଉଥିବା ଅଭିଯୋଗ ହୋଇଛି । ତେଣୁ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରାଯାଇଛି ।
ଆଜି ଏ ନେଇ ୟୁନିଅନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହିିପରି ଆୟକର ଦେଉନଥିବା ପରିବାରଙ୍କୁ ମାସିକ ୭୫୦୦ ହଜାର ଟଙ୍କା ପ୍ରଦାନ,ମୁଣ୍ଡପିଛିା ୧୦ କେଜି ଚାଉଳ ପ୍ରଦାନ ସହିତ ମନରେଗା ଶ୍ରମିକଙ୍କୁ ଦୈନିକ ୩୦୦ ଟଙ୍କା ମଜୁରୀ ଦେବାକୁ ଜିଲା ସିପିଆଇଏମ କମିଟି ପକ୍ଷରୁ ଏକ ଦାବୀ ପତ୍ର ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।