ରେମୁଣା:(ସୌମ୍ୟାସାଇ ବାରିକ)ଆଜି ଅପରାହ୍ନ ୧୧ ଘଟିକା ସମୟରେ ସି. ପି. ଆଇ. ( ଏମ୍.) ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ କ୍ଷୀରଚୋରା ମନ୍ଦିର ଛକରେ ସାମାଜିକ ଦୂରତା ରକ୍ଷାକରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସାମ୍ପ୍ରତିକ ସମସ୍ୟା କୁ ନେଇ ଏକ ବାର ଦଫା ଦାବି ସମ୍ବଳିତ ପତ୍ର ରେମୁଣା ତହସିଲଦାର ଙ୍କ ମାଧ୍ୟମ ରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ୍ ପଟ୍ଟନାୟକଙ୍କ ଉଦ୍ଧେଶ୍ୟ ରେ ପ୍ରଦାନ କରିଥିଲେ।
ବିଶ୍ଵ ତଥା ଦେଶରେ କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ଦେଶ ବ୍ୟାପି ଦୀର୍ଘ ଦିନ ଧରି ଲୋକ ଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଙ୍କୁ ମାସିକ ନଗଦ ୭୫୦୦ ଟଙ୍କା କରି ୬ ମାସ ପର୍ଯ୍ୟନ୍ତ ଦେବା, ରେସନ୍ କାର୍ଡ ରୁ ବଞ୍ଚିତ ପରିବାରଙ୍କୁ ତୁରନ୍ତ ରେସନ୍ କାର୍ଡ ଯୋଗାଇ ଦେବା, ଦେଶ ଓ ରାଜ୍ଯ ର ସମସ୍ତ ପରିବାର ଙ୍କୁ ମୁଣ୍ଡ ପିଛା ୧୦ କି. ଗ୍ରାହାର ରେ ଚାଉଳ / ଗହମ ମାଗଣା ରେ ଛ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (MGNRGA) ଗ୍ରାମାଞ୍ଚଳ ର ସମସ୍ତ ଇଚ୍ଛୁକ ବ୍ୟକ୍ତି ଙ୍କୁ ଦୈନିକ ୩୦୦ ଟଙ୍କା ମଜୁରୀ ହାର ରେ ବାର୍ଷିକ ୨ ଶହ ଦିନ ର କାମ ଯୋଗାଇ ଦେବା, ସଂଗରୋଧ ପ୍ରବାସୀ ଶ୍ରମିକ ମାନଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ ୨ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ୧୨ ଦଫା ଦାବି ସମ୍ବଳିତ ପତ୍ର ରେମୁଣା ତହସିଲଦାର ଚାର୍ଲସ୍ ନାୟକଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ।
ଏହି ବିକ୍ଷୋଭ ର ନେତୃତ୍ୱ ପ୍ରେମ ରଞ୍ଜନ ପାତ୍ର, ପ୍ରସନ୍ନ କୁମାର ଷଡଙ୍ଗୀ, ହରପ୍ରିୟା ଜେନା ଙ୍କ ସମେତ ସୁଦର୍ଶନ ବେହେରା, ବୈକୁଣ୍ଠ ସାହୁ, ଗଦାଧର ଦଲେଇ, ରାଜୀବ କୁମାର ଦାଶ , ଅରୁଣ କୁମାର ଦାସ, ପ୍ରମୋଦ କୁମାର ଲେଙ୍କା, ଶେକ୍ ଅଜମତ୍, ମଣ୍ଟୁ ନାୟକ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିବା ଦେଖା ଯାଇଥିଲା।