ବଡ଼ବିଲ:(ସୀତାରାମ ଦୀକ୍ଷିତ)ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାମ ରେ ଲାଗୁ ନଥିବା ଅସୁବିଧାର ସମ୍ମୁଖୀନ ଗ୍ରାମ ବାସୀ । ପାଞ୍ଚମାସ ହେଲା ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣି ପଞ୍ଚାୟତ ଅନ୍ତର୍ଗତ ଡୁମୁର୍ତ୍ତା ତଳ ସାହି ଗାଁରେ ପାଞ୍ଚ ମାସ ହେଲା ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ।
ଏଭଳି ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣି ପଞ୍ଚାୟତ ଅନ୍ତର୍ଗତ ଡୁମୁର୍ତ୍ତା ତଳ ସାହି । ଏହି ଗାଁରେ ରୁହନ୍ତି ପ୍ରାୟ ୩୦ ପରିବାର । ଯାହାଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଗାଁରେ ଗତ ଫେବୃୟାରୀ ମାସରୁ ସରକାର ନିର୍ମାଣ କରିଥିଲେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ।ଅଚଳ ହୋଇ ପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ କେନ୍ଦୁଝର ଜିଲ୍ଲା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଜଳ ଓ ପରିମଳ ମିଶନ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପରେ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । ଏହାଦ୍ବାରା ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ କେତେକାଂଶରେ ଦୂର ହୋଇଥିଲା । ମାତ୍ର ଆଜିକୁ ପାଞ୍ଚ ମାସ ହେଲା ଅଚଳ ହୋଇ ପଡିଛି ଏହି ଜଳ ପ୍ରକଳ୍ପ ।
ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳ ସମସ୍ୟା । ଗାଁରେ ଥିବା ଅନ୍ୟ ନଳକୂପଗୁଡିକରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଲୋକେ ଗାଁ ନିକଟସ୍ଥ ଉପରେ ନଳକୂପ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡିଛନ୍ତି ।ତେଣେ ଜଳଭଣ୍ଡାରର ଦୂଷିତ ପାଣି ପିଇ ଲୋକେ ନାନା ରୋଗବ୍ୟାଧିରେ ପଡୁଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ହେବ ଗାଁରେ ଅଚଳ ହୋଇ ପଡିଥିବା ଏହି ସୋଲାର ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।