ନୂଆଦିଲ୍ଲୀ :ପୂର୍ବ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଗତକାଲି ରାତିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଚୀନ୍ର ମଧ୍ୟ ୪୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏପଟେ LACରେ ୨୦ ଭାରତୀୟ ଯବାନ ସହିଦ ପରେ ଦେଶବ୍ୟାପି ଚୀନ୍ ବିରୋଧୀ ସ୍ୱାର ତୀବ୍ର ହୋଇଛି। ବିଭିନ୍ନ ସ୍ଥାନରେ ଚୀନ୍ ପତାକା ପୋଡ଼ିବା ସହ ଚୀନ୍ ସରକାର ଓ ସେନା ବିରୋଧରେ ସ୍ଲୋଗାନ ଦିଆଯାଇଥିଲା।
ଦିଲ୍ଲୀ ସ୍ଥିତ ଚୀନ୍ ଦୂତାବାସ ନିକଟରେ ଆଜି ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ଚୀନ ବିରୋଧରେ ନାରାବାଜି କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ହଟାଇଦେଇଥିଲା।ଭାରତ ଓ ଚୀନ ମଧ୍ୟରେ ବିବାଦ ଓ ଉତ୍ତେଜନା ବଢିଚାଲିଥିବାବେଳେ ଦେଶରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି । ଏତିକି ବେଳେ ଗୁଇନ୍ଦା ସଂସ୍ଥାଗୁଡ଼ିକ ଚୀନା ମୋବାଇଲ ଆପ ଗୁଡ଼ିକୁ ନେଇ ସତର୍କ କରାଇଦେଇଛନ୍ତି । ଏପରି ପ୍ରାୟ ୫୨ଟି ଆପକୁ ଚିହ୍ନଟ କରାଯାଇଛି । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।
ଏସବୁ ସଂଦିଗ୍ଧ ଚୀନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, କ୍ଲିନ ମାଷ୍ଟର । ଏଗୁଡ଼ିକ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଜ୍ଜନକ ବୋଲି ଏଜେନ୍ସିମାନେ କହିଛନ୍ତି ।ଏକ ବିଶେଷ ସୂତ୍ର ରୁ ଜଣା ଯାଇଛି ଯେ ଚାଇନା ଆପ ମାଧ୍ୟମ ରେ ଚାଇନା ଦେଶ ର ଗୁପ୍ତ ତଥ୍ୟ ଚୋରୀ କରୁଛି । ତେଣୁ ଚାଇନା ଆପ କୁ ତୁରନ୍ତ ଫୋନ ରୁ କାଟିବା ପାଇଁ ବିଭିନ୍ନ ମହଲ ରେ ଦାବି ଜୋର ଧରିଛି।ଟିକ ଟକ ହେଉଛି ଏକ ଏମିତି ଆପ ଯେଉଁଟା ଭାରତୀୟ ଯୁବ ପିଢୀ ରେ ଅତିମାତ୍ରା ରେ ବ୍ୟବହାର ହେଉଛି। ଭାରତୀୟ ଯୁବ ପିଢୀ ଏକଜୁଟ ହୋଇ ଏହି ଆପ କୁ ବ୍ୟବହାର ନ କରିବାକୁ କୁହା ଯାଇଛି ।