ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

1041 0

ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବେ। ଡବଲ୍ ଏଲିମିନେସନ୍ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ଭାଗରୁ ୧୪୪ ଜଣ ଅଂଶଗ୍ରହଣ କରିଛନ୍ତି। ଏଠାରେ ସଫଳ ହେଲେ ସେମାନେ ରାଉଣ୍ଡ୍ ଅଫ ୬୪କୁ‌ ଯୋଗ୍ୟତା ଅର୍ଜନ କରିବେ। ଓଡ଼ିଶା କ୍ୟୁ ସ୍ପୋର୍ଟସ ଦୁନିଆର ଯୁବରାଜ ଆଶୁତୋଷ ପାଢ଼ୀ ସିଧାସଳଖ ରାଉଣ୍ଡ୍ ଅଫ୍ ୬୪ ଖେଳିବେ। ଅନ୍ୟ ପକ୍ଷରେ ବରିଷ୍ଠ ବିଲିୟାର୍ଡସ ବର୍ଗରେ ଖେଳିଥିବା କୁନାଲ ଅଗ୍ରୱାଲ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମୁଖ୍ୟ ଡ୍ର’ରେ କୁନାଲ ୩ଟିରୁ ଗୋଟିଏ ବିଜୟ, ୨ ପରାଜୟ ଏବଂ ରାକେଶ ସମସ୍ତ ୩ ପରାଜୟ ବରଣ କରିଥିଲେ।

Related Post

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିବସରେ ଜୁରାବନ୍ଦ ବିଜୟୀ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗ୍ରାମ ପଞ୍ଚାୟତରହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା ବସ୍ତ୍ରେନ ଫୁଟବଳ…

ଆରମ୍ଭ ହେବ ଚତୁର୍ଥ ଅଲ ଓଡିଶା ଅଶୋକ ଦାସ ମେମୋରିଆଲ କବାଡି ପ୍ରତିଯୋଗିତା

Posted by - January 25, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୨୭ ତାରିଖ ରୁ ଯାଜପୁର ରେ ଆରମ୍ଭ ହେବ ଚତୁର୍ଥ ଅଲ ଓଡିଶା ଅଶୋକ ଦାସ ମେମୋରିଆଲ କବାଡି ପ୍ରତିଯୋଗିତା।…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅନଗୁଳ କୁ ହରାଇ ବି ଅଫ ସି କୁଚିଣ୍ଡା ସେମିଫାଇନାଲ

Posted by - February 7, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୋୖଦ୍ଧଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଜୟାୟୁଥ କ୍ଲବ ଜରିଆରେ ଆଜି ଚତୁର୍ଥ ଦିବସର ଦ୍ଵିତୀୟ ସେମିଫାଇନାଲ…

୯ ତମ ଖପ୍ରାଖୋଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Posted by - March 3, 2022 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ୯ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି । ଖପ୍ରାଖୋଲ…

ଯାଜପୁର ଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

Posted by - August 29, 2020 0
ଯାଜପୁର ଅଫିସ :ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଜୁ ପଟ୍ଟନାୟକ…

Leave a comment

Your email address will not be published.