ଅନୁଗୁଳ:୧୪/୦୬(ମହେଶ ଭୋମରାଜ)ଆଜି ବିଶ୍ୱ ରକ୍ତ ଦାତା ଦିବସ । ଏହି ରକ୍ତ ଦାତା ଦିବସ ଉପଲକ୍ଷେ ଅନଗୁଳ ରକ୍ତ ଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇ ଅଛି । ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବେ ଅନଗୁଳ ଜିଲ୍ଲା ମୁଖ୍ୟ ଚିଖିତ୍ସା ଅଧିକାରି ଡକ୍ଟର ପ୍ରତାପ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଶିବିର କୁ ଉଦ୍ଘାଟନ କରିଥିଲେ
ଅନ୍ୟତମ ଅତିଥି ଭାବେ ଅନଗୁଳ ରକ୍ତ ଭଣ୍ଡାର ଅଧିକାରୀ ଡକ୍ଟର ବିଶ୍ୱଜିତ ସାମଲ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉଚ୍ଚାହିତ କରିଥିଲେ । ଏହି ରକ୍ତ ଦାତା ଦିବସ ରେ ନିୟମିତ ରକ୍ତ ଦାତା ଦୁଇ ଜଣ ଦିଲିପ ସାହୁ ଓ ମିତକ୍ଷୀ ଦାସ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ .