ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ଓ ମେସିନ୍ ଅପରେଟର ଗୁରୁତର

346 0

କେନ୍ଦୁଝର :(ସୀତାରାମ ଦୀକ୍ଷିତ)ହରିଚନ୍ଦନପୁର, ନରଣପୁର ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକଙ୍କ ସହ ମେସିନ୍ ଅପରେଟର ଗୁରୁତର । ଖବର ଅନୁଯାୟୀ ହିଟାଚି ମେସିନଟି କେନ୍ଦୁଝର ଜିଲ୍ଲା ପଦ୍ମପୁର ଠାରେ ଏଲଏଣ୍ଡଟି କମ୍ପାନୀର ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିଲା । ସେଠାରେ କାର୍ଯ୍ୟ ସରିଯିବାରୁ ଆଜି ଅପରାହ୍ନ ସମୟରେ ହିଟାଚି ମେସିନଟି ଏକ ଟ୍ରଲର(ଓଡି ୨୯ ଇ ୮୩୯୭)ରେ ବୋଝେଇ ହୋଇ ଭୁବନେଶ୍ୱର ପଟିଆ ଅଭିମୁଖେ ଯାଉଥିଲା । ହେଲେ କୁଆଝରଣ ଘାଟିରେ କୋୖଣସି କାରଣରୁ ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସି ଯାଇଥିଲା । ଫଳରେ ଟ୍ରଲର ଚାଳକଙ୍କ ସହ ସାଥିରେ ଥିବା ମେସିନ୍ ଅପରେଟର ଗୁରୁତର ଆହତ ହୋଇଛନ୍ତି ।

ଏଠାରେ ଭିଡିଓ ଦେଖନ୍ତୁ 

ଘଟଣା ଘଟିବା ପରେ ଉକ୍ତ ରାସ୍ତା ଦେଇ ଆସୁଥିବା ଲୋକମାନେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇବା ସହ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ି ମଧ୍ୟରୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଟ୍ରଲର ଚାଳକଙ୍କ ପରିଚୟ ମିଳିନଥିବା ବେଳେ ସେ ଅଣ ଓଡ଼ିଆ ହୋଇଥିବା ସହ ତାଙ୍କ ଘର ବିହାର ଅଞ୍ଚଳରେ ଓ ମେସିନ୍ ଅପରେଟର ଜଣଙ୍କ ନୟାଗଡ଼ ଜିଲ୍ଲା ଜହ୍ନିପୁର ଗ୍ରାମପଞ୍ଚାୟତ ବିଜୁପୁର ଗ୍ରାମର କାହ୍ନା ସ୍ବାଇଁ (୧୯) ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Post

ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ

Posted by - July 18, 2022 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ l ଯାଜପୁର ଜ଼ିଲ୍ଲା ଧର୍ମଶାଳା ଥାନା ଅନ୍ତଗତ କଣ୍ଟିଗଡ଼ିଆ ଗ୍ରାମର…

ରାସ ପୂର୍ଣ୍ଣମା ଅବସରରେ ସଂକୁଲୋଇ ଗ୍ରାମରେ ଆଞ୍ଚଳିକ ବ୍ଲକ କଳାକାର ଓ ସଂକୃତି ସଂଘ ର ଦ୍ୱିତୀୟ ବ୍ଲକ ସ୍ତରୀୟ ମହୋତ୍ସବ ପାଳିତ.

Posted by - November 9, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) କାର୍ତିକ ମାସକୁ ହିନ୍ଦୁ ପରମ୍ପରା ଅନୁଯାଇ ଧାର୍ମିକ ବୋଲି ଲୋକେ ପାଳନ କରନ୍ତି । ଏହି ମାସର ପୁର୍ଣିମା ଦିନକୁ ବହୁ…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା ପାଳଙ୍କୁ ଦାବିପତ୍ର

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଆଜି ସକାଳ ପ୍ରାୟ 9ଟାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖା ତରଫରୁ ବିଭିନ୍ନ ଦାବି ନେଇ ହଜାର ସଂଖ୍ୟକ ଡ୍ରାଇଭର ବ୍ରିଜ଼ ଛକ ଠାରୁ…

ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ରକ୍ତଦାନ ଶିବିର, ଶପଥପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

Posted by - April 18, 2022 0
ଟିଟିଲାଗଡ଼ 🙁 ସଞ୍ଜୟ କୁମାର ନାୟକ ) ଓଡ଼ିଶାର ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଥିବା…

ପିଲାଙ୍କ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

Posted by - July 29, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇଚନ୍ଦନପୁର ପଞ୍ଚାୟତ କଲରାପାଳ ଗ୍ରାମରେ ପିଲାଙ୍କ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳରେ ଗୋଟିଏ…

Leave a comment

Your email address will not be published.