ଯାଜପୁର ଅଫିସ:୧୧/୬ କରୋନା ଭୟାବୟତାକୁ ହୃଦୟଙ୍ଗମ କରି ତାକୁ ପ୍ରତିହତ କରିବା ପାଇଁ କେବଳ ସରକାରୀ କଳ ନୁହେଁ ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜକୁ ସମ୍ପୃକ୍ତି କରିଛନ୍ତି । ସମୟକ୍ରମେ ବିଭିନ୍ନ ସ୍ୱୟଂଚାଳିତ ଜୀବାଣୁମୁକ୍ତ ଯନ୍ତ୍ର ବାହାରି ପାରିଛି । ଯାହା ସୁସ୍ଥ ଓ ନିରାପଦ ରଖିବାରେ ସହାୟକ ହେଉଛି । ଯାଜପୁର ସହରରେ ଥିବା ଅଗସ୍ତି ହୋଣ୍ଡାର ମାଲିକ ଜିତେନ କୁମାର ମହାନ୍ତି ୨ଟି ଜୀବାଣୁମୁକ୍ତ ଯନ୍ତ୍ର ବା ସାନିଟାଇଜର ମେସିନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି ।
ଗୁରୁବାର ସଂନ୍ଧ୍ୟାରେ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ଏହା ପ୍ରଦାନ କରିବାସହ ସାଧାରଣ ଲୋକମାନଙ୍କ ସେବାରେ ଏହାକୁ ବିନିଯୋଗ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାସଙ୍କ ନିର୍ଦ୍ଧେଶ କ୍ରମେ ଏହି ମେସିନ୍ରୁ ଗୋଟିଏ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଓ ଅନ୍ୟଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ରଖାଯାଇଛି । ଏହାଦ୍ୱାରା ଲୋକମାନେ ନିଜ ହାତକୁ ସାନିଟାଇଜ୍ କରି ଅଫିସ୍ ମଧ୍ୟକୁ ପ୍ରବେଶ କରିବେ ।