ଭୁବନେଶ୍ୱର : ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଗହଳି ହେଉଥିବା ବିଭିନ୍ନ ସୋରୁମ ଓ ଦୋକାନରେ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୪ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଙ୍ଘନ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୬୪ ଜଣଙ୍କୁ ଗିରଫ କରାଯାଇଛି।
ସବୁଠାରୁ ବିପଦଜନକ ହେଉଛି ଭିଡ଼ ବା ଜନ ବହୁଳତା। ବିଶ୍ୱ ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଉପଲବ୍ଧ ଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ହିଁ ଏହି ସତ୍ୟ ସାମନାକୁ ଆସିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ।ଶ୍ରୀ ବାଗଚୀ କହିଛନ୍ତି ଯେ ଆଜି ସକାଳ ସୁଦ୍ଧା ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୭,୧୫୫ ଥିବାବେଳେ ମୃତକଙ୍କ ସଂଖ୍ୟା ୮,୧୦୭ ରହିଛି। ତେବେ, ସବୁଠାରୁ ଉଦ୍ବେଗର ବଷୟ ହେଲା ବିଗତ ମାତ୍ର ୭ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ ୨ ଟି ଲୋକାଲ ଥିବା ଜଣାଯାଇଛି।
ଏମାନଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ ୩ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨ଜଣ, ଗଜପତିରୁ ୭ଜଣ, କନ୍ଧମାଳରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ, ଗଞ୍ଜାମ ଓ ପୁରୀରୁ ୩ଜଣ ଲେଖାଏ, ମୟୂରଭଞ୍ଜରୁ ୯ଜଣ, ସମ୍ବଲପୁରରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ କର୍ମଚାରୀ ୫୪ ଜଣ ଅଛନ୍ତି।