‘ମୋ ଭଉଣୀ ଯାହା ଚାହିଁବ ତାହା କରିବ, ଏଥିରେ ତା’ର ସଂପୂର୍ଣ୍ଣ ଅଧିକାର ରହିଛି।’ ଏହା କହିଲେ ଭାଇ ନବୀନ ପଟ୍ଟନାୟକ।ନ୍ୟୁୟର୍କରେ ରହୁଥିବା ଗୀତା ଏକ ପ୍ରେସ୍ ବିବୃତି ଜାରି କରି କହିଛନ୍ତି, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ମଣିଥିବାରୁ ସେ ଗୌରବ ଅନୁଭବ କରୁଛନ୍ତି। କିନ୍ତୁ ବଡ଼ ଦୁଃଖର ସହ ସେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଅଛି ଓ ଯେଉଁ ସମୟରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି, ତାହା ଭୁଲ ବୁଝାମଣା ସୃଷ୍ଟି କରିପାରେ। ଏହା ସରକାର ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଅଡ଼ୁଆରେ ପକାଇପାରେ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରବାସୀ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଦ୍ମଶ୍ରୀ ସମ୍ମାନ ତାଲିକାରେ ପ୍ରକାଶ କରାଯିବା ପରେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ପୁରସ୍କାର ଗ୍ରହଣ ଲାଗି ସେ ମନା କରିବା ସହ ଏହା ନିର୍ବାଚନୀ ବର୍ଷ ହୋଇଥିବାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଲାଗି ଉପଯୁକ୍ତ ସମୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।

ଭଉଣୀ ଗୀତାଙ୍କର ପଦ୍ମଶ୍ରୀ ସମ୍ମାନ ଗ୍ରହଣ ନ କରିବା ନିଷ୍ପତ୍ତି ରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Facebook Notice for EU!
You need to login to view and post FB Comments!