ଭୁବନେଶ୍ବର :ଗତ କାଲି ଚିହ୍ନଟ ହୋଇଥିବା ପଟିଆ ଅଞ୍ଚଳ ର ବାପା ଏବଂ ଝିଅ ଦିଲ୍ଲୀ ରୁ ଫେରି ପଟିଆ ଆଞ୍ଚଲ ରେ ବଜ୍ଜାର ରେ ସଉଦା କିଣା କିଣି କରିଥିବାର ର ସୂଚନା ମିଳିଛି ।ପରେ ଆଜି ସ୍ବାସ୍ଥ୍ୟ ବିଭାଗ କେତେକ ଦୋକାନକୁ ସିଲ୍ କରିଛି। ଲୋକମାନେ ଏସବୁ ସୂଚନା ପାଇବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଲୋକଙ୍କୁ ଭୟ ନକରିବା ପାଇଁ ପରାମର୍ଶ ଦେଇଛି।
ଗୋଟିଏ ପରିବାରର ୪୦ବର୍ଷିୟ ବାପା ଓ ୮ବର୍ଷର ଝିଅଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।ସେମାନଙ୍କ ଭ୍ରମଣ ତଥ୍ୟ ଅନୁଯାୟୀ ଦୁଇ ଆକ୍ରାନ୍ତ ଓ ଝିଅର ମା’ ଗତ ୨୭ ତାରିଖରେ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିଲେ। ସେମାନେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସାତଦିନ ଧରି ଦିଲ୍ଲୀ ଯାଇଥିଲେ। ଫେରିବା ପରେ ବିମାନବନ୍ଦରରୁ ଘରକୁ ଆସି ଆପାର୍ଟମେଣ୍ଟ ଭିତରେ ପ୍ରବେଶ ପୂର୍ବରୁ ସ୍ଥାନୀୟ ଲୋକ ସେମାନଙ୍କ ସହ ବଚସା କରିଥିଲେ। ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ସେମାନେ ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ।