ବଡ଼ବିଲ:(ସୀତାରାମ ଦୀକ୍ଷିତ) ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ବରେ ଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାକୁ ଦେଶର ଗରିବ ପରିବାରର ମହିଳାମାନଙ୍କୁ କିଭଳି ନିଅଁାଧୂଅଁାରୁ ରକ୍ଷାକରାଯାଇପାରିବ ସେ ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ୨୦୧୬ ମଇ ୧ ତାରିଖରେ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା।
ଏହି ଯୋଜନା ଅନ୍ତର୍ଗତ ଗରିବ ପରିବାରଙ୍କୁ ମାଗଣାରେ ଏଲପିଜି ଗ୍ୟାସ କନେକ୍ସନ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭.୪୬ ଲକ୍ଷ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରାଯାଇଛି। ଏହା ମଧ୍ୟରେ ୨୦.୦୯ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ସାମିଲକରାଯାଇଛି। ବର୍ତ୍ତମାନ ସାରାଭାରତବର୍ଷରେ ୮ କୋଟିରୁ ଊର୍ଦ୍ଧ୍ବ ଗରିବ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।
ମୋଦୀ ସରକାରଙ୍କ ଜନହିତକର ଯୋଜନା ମଧ୍ୟରେ ଉଜ୍ଜ୍ବଳା ଯୋଜନାକୁ ପ୍ରଶଂସା ବହୁତ କରନ୍ତି।ଯୋଡ଼ା ବ୍ଲକ ଅଧୀନରେ ଥିବା ଉଜ୍ଜ୍ଵଳା ଯୋଜନାରେ କେଲେଙ୍କାରୀ ଭଦ୍ରାସାହି,ସେରେଣ୍ଡା, ବଲାଣି,କାଳୀମାଟି,ପଞ୍ଚାୟତ ସ୍ତରରେ ବହୁତ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି କାଠ ସଂଗ୍ରହ କରି ଚୂଲି ଜଳେଇ ରୋଷେଇ କରୁଛନ୍ତି।ଏକ ବର୍ଷ ହୋଇଯିବ ଗ୍ୟାସ ମିଳି ନାହିଁ କୋୖଣସି ସରକାର କର୍ମଚାରୀ ଦେଖା ନାହିଁ।
ଉଜ୍ଜ୍ବଳା ଗ୍ୟାସ ର ହିତାଧିକାରୀଙ୍କ ଠାରୁ ଆଧାର ,ବିପିଏଲ କାର୍ଡ଼ ନେଇଛନ୍ତି ଏ ପଯ୍ୟନ୍ତ ପାଇ ପାରିନାହାନ୍ତି ।ଉଜ୍ଜ୍ବଳା ଯୋଜନାରେ ଉଜ୍ଜ୍ୱଳା ଦିଦି ମାନଙ୍କୁ ପଚାରିଲେ ସେମାନେ କହୁଛନ୍ତି ଆମକୁ ବି ଠକି ଦେଇଛନ୍ତି।ଯୋଡ଼ା ବ୍ଲକ ମିଳିବା କଥା କିନ୍ତୁ ହରିଚନ୍ଦନ ପୁର ବ୍ଲକ କରି ଦେଇଛନ୍ତି।ବାସ୍ତବରେ ଦେଖିବାକୁ ଗଲେ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବାରୁ ସେମାନଙ୍କୁ ସମସ୍ତେ ସାତନା ଦେଉଛନ୍ତି।ଲୁଟୁ ଛନ୍ତି ଗ୍ୟାସ ମାଲିକ ହେଉଛି ମାଲେ ମାଳ।ଗ୍ୟାସ ମିଳିନାହିଁ ଗ୍ୟାସ ଟଙ୍କା ବି ଆଶୁଚି ବ୍ୟାଙ୍କ ଆକାଉଣ୍ଟ କିପରି ଆଶୁଚି ଏହା ପ୍ରଶ୍ନ ଉଠୁଛି।