ଯାଜପୁର ଅଫିସ: ତା୦୫.୬ – ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ସାନିଟାଇଜର, ହ୍ୟାଣ୍ଡ ୱାସ ଇତ୍ୟାଦି ବଂଟନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ଉତ୍କଳବାଳାଶ୍ରମ ପରିସରରେ ରହୁଥିବା ଅନ୍ତେବାସୀ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସା ର ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ସହ ଅଲୋଚନା କରିଥିଲେ ।
କରୋନା ପରିସ୍ଥିତି ସମୟରେ ସେମାନଙ୍କର ସୁବିଧା, ଅସୁବିଧା କୁ ପଚାରି ବୁଝିବା ସହ ପ୍ରତ୍ୟେକ ସାମାଜିକ ଦୁରତା ବଜାୟୀ ରଖିବା ସହ ବାହାରକୁ ନଜିବା, ଗହଳିକୁ ନଜିବା, ବାରମ୍ବାର ସାବୁନରେ ହାତ ଧୋଇବା, ପରିସ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ସମସ୍ତ କର୍ମଚାରୀ ମାନେ ପିଲାମାନଙ୍କୁ କରୋନା ସଚେତନତା ସଂପର୍କରେ ସରକାରଙ୍କ ଠାରୁ ମିଳୁଥିବା ମାର୍ଗଦର୍ଶିକା ସଂପର୍କରେ ଅବଗତ କରାଇବା ସହ ବାଳାଶ୍ରମ ପରିସରକୁ ସଫା ସୁତୁରା ରଖିବାକୁ ପରାମର୍ଶଦେଇଥିଲେ ।
ଯେହେତୁ ବର୍ତମାନ ସ୍କୁଲ ଗୁଡିକ ବନ୍ଦ ରହିଛି ତେଣୁ ପିଲାମାନଙ୍କୁ ବାଳାଶ୍ରମ ମଧ୍ୟରେ ସେମାନଙ୍କ ପଠନରେ ସହେଯାଗ ସହ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହିତ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତି ରୀତା ବେହେରା, ତତ୍ୱାବଧାରିକା ପ୍ରଜ୍ଞାସିନୀ ସାହୁ, ମ୍ୟାନେଜର ହରପ୍ରିୟା ଦାସ, ଅନ୍ୟାନ୍ୟ କର୍ମକର୍ତା, ଶିଶୁ ସୁରକ୍ଷା ୟୁନିଟର ହିସାବରକ୍ଷକ କାଳୀ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ବାଳାଶ୍ରମର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।