ବଡ଼ବିଲ:(ସୀତାରାମ ଦୀକ୍ଷିତ) ଯୋଡ଼ା ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ମୋଟରସାଇକେଲରେ ଯାଉଥିବା ମାଆ ଏବଂ ପୁଅଙ୍କର ଘଟଣାସ୍ଥଳରେହିଁ ମୃତ୍ୟୁ ଘଟିଥିବା ବେଳେ ଏହା ଏକ ଶୋକାକୂଳ ବାତାବରଣ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ବିରିକଳା ପଞ୍ଚାୟତ ତଥା ଡଡୁଆଁ ଗ୍ରାମର ସୁଶିଲ ଗିରି ତାଙ୍କ ମାଆ ସୁଲୋଚନାଙ୍କୁ ଧରି ମୋଟକସାଇସେଲ (ଓଆର୦୯ଏନ୍-୪୧୪୨) ଯୋଗେ ବାସୁଦେବପୁର ରୁ ନିଜ ଗାଁକୁ ଫେରୁଥିଲେ।
ଏକ ଦୃତ ଗତିରେ ଆସୁଥିବା ୧୦ ଚିକଆ ଟ୍ରକ ନଂ (ଓଆର୦୪ଜି-୬୦୨୮) ଟି ତାଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା ।ଫଳରେ ମାଆ ଏବଂ ପୁଅ କିଛି ବାଟ ଛିଟିକି ପଡିଥିଲେ ଉଭୟ ଙ୍କର ମୃତ୍ୟୁ ହୋଇଥିଲା।ଏହି ଦୁଃଖଦ ଘଟଣା ପରେ ଏଠି ଶୋକର ଛାୟା ଖେଳିଯାଇଛି।କେନ୍ଦୁଝର ଜିଲ୍ଲାରେ ଦୃଘଟଣା ଦିନକୁ ଦିନ ବଡିବାରେ ଲାଗିଛି।କେନ୍ଦୁଝର ଜିଲ୍ଲା କୁ ରତ୍ନଗର୍ଭା କୁହାଯାଏ
କେନ୍ଦୁଝର ଜିଲ୍ଲକୁ ବହୁତ ରାଜସ୍ବ ଯାଉଛି କିନ୍ତୁ କେନ୍ଦୁଝର ଜିଲ୍ଲାରେ ଯୋଡ଼ା ରେ ରାସ୍ତା ଶୋଚନୀୟ ଦେଖିଲେ ଦୁଃଖ ଲାଗେ ପ୍ରକୃତରେ ଏଥି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନାହିଁ। ଯୋଡ଼ସହର ବାସୀ ଦୁଃଖ ଦୃଦଶା ଭୋଗୁଛନ୍ତି।