ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ପୁଣି ଥରେ ମାତିଲେ ଧଳା ଜହର ବ୍ୟବସାୟୀ । ଲକ୍ ଡାଉନ ସମୟରେ ମଧ୍ୟ ଥମୁନି ଧଳା ଜହର ବେପାର । ଏପରି ସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ଵରରୁ ଏକ କୋଟି ଟଙ୍କାର ଧଳା ଜହର ଜବଦ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।୨ ଜଣ ବ୍ୟକ୍ତି ବାଇକ୍ରେ ବ୍ରାଉନସୁଗର ନେଇ ଯାଉଥିଲେ । ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା। ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF ।ସୂଚନା ଅନୁଯାୟୀ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଛକରେ ମୁଖ୍ୟ ଅଭିଯୁକ୍ତ ଓ ବାଇକରେ ଦୁଇଜଣ ଯୁବକ ବ୍ରାଉନସୁଗର ଡିଲ୍ କରିବାକୁ ଆସିଥିଲେ।
ସେମାନଙ୍କ ସଂପର୍କରେ ଖବର ପାଇବା ମାତ୍ରେ ବ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେଠାରୁ ୧ କିଲୋଗ୍ରାମ୍ ୮ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ୧ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଯୁବକ ହେଲେ ଖୋର୍ଦ୍ଧାର ଅଜୟ ମହାପାତ୍ର ଏବଂ ବିଭୂତିଭୂଷଣ ଜେନା।ରାଜଧାନୀରେ ବ୍ରାଉନସୁଗର କାରବାର ବଡ ରାକେଟ କାମ କରୁଛି ତାହା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ମିଳିଛି ।