ମୟୂରଭଞ୍ଜ:(ସୀତାରାମ ଦୀକ୍ଷିତ )ଆଜି ଶୁଳିଆପଦା ବ୍ଳକ୍ ଅନ୍ତର୍ଗତ ଦେଉଳି ଠାରେ ଥିବା ଜମ୍ଭୀରା ଡେମରେ କିଛି ଲୋକ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ଧରାଦେଇଛି ଏକ ବିଶାଳକାୟ ବିରଳ କଇଁଛ । ମତ୍ସ୍ୟଜୀବୀ ମନେ ଏହି କଇଁଛକୁ ଦେଖି ଅବାକ ହୋଇଯାଇଥିଲେ । ମତ୍ସ୍ୟଜୀବୀମାନେ ଜାଲରେ ଧରିଥିବା ବିରଳ ପ୍ରଜାତିର କଇଁଛଟିକୁ ସେମାନେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।
ତେବେ ଏହି କଇଁଛଟିର ଓଜନ ପାଖାପାଖି ୩୦ କିଗ୍ରାରୁ ଅଧିକ ହେବବୋଲି ମତ୍ସ୍ୟଜୀବୀମାନେ ଅନୁମାନ କରୁଥିବା ବେଳେ ଏହା ଏକ ବିରଳ ପ୍ରଜାତିର ହୋଇଥିବା ଜଣାପଡିଛି । ଖବରପାଇ ସ୍ଥାନୀୟ ବନବିଭାଗର ଦେଉଳି ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସ୍ଥାନୀୟ ଲୋକମାନଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଉଦ୍ଧାର ବିରଳ ପ୍ରଜାତିର କଇଁଛକୁ ପୁନର୍ବାର ଦେଉଳି ଡେମର ଗଭୀର ଜଳରେ ଛାଡି ଦେଇଥିଲେ।